News

ନବୀନଙ୍କ ନୂଆ ଘୋଷଣା: ଚାଷୀଙ୍କ ପିଲାଙ୍କୁ ମାଗଣା ବୃତ୍ତିଗତ ଶିକ୍ଷା 

nabin

ସରକାରୀ କଲେଜରେ ପାଠ ପଢାଇବେ ସରକାର

ଭୋଟ ପୂର୍ବରୁ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଷ୍ଟରଷ୍ଟ୍ରୋକ । ଚାଷୀ ପରିବାରର ପିଲାମାନେ ବୃତ୍ତିଗତ ଉଚ୍ଚଶିକ୍ଷା ପାଇବାକୁ ସହଯୋଗ କରିବେ ରାଜ୍ୟ ସରକାର। ଗତକାଲି କେନ୍ଦୁଝରରେ ଆୟୋଜିତ କାଳିଆ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ଏହି ଯୋଜନାରେ କାଳିଆ ଯୋଜନାର ହିତାଧିକାରୀଙ୍କ ସନ୍ତାନ କାଳିଆ ଛାତ୍ରବୃତ୍ତି ଯୋଜନରେ ଫାଇଦା ପାଇପାରିବେ । ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ କାଳିଆ ହିତାଧିକାରୀଙ୍କ ପିଲାମାନେ ଏହି ସୁବିଧା ପାଇପାରିବେ । ତେବେ କାଳିଆ ଯୋଜନାର ଅବ୍ୟବସ୍ଥାକୁ ରୋକିବା ପାଇଁ ସରକାର କୌଣସୀ ପ୍ରୟାସ ଆରମ୍ଭ କରି ନଥିବା ବେଳେ ଏହି ନୂତନ ଯୋଜନା କେତେ ଫଳପ୍ରଦ ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

କେନ୍ଦୁଝର ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କହିଛନ୍ତି ଯେ , ଆପଣମାନଙ୍କ ପିଲାଙ୍କୁ ଭଲ ପାଠ ପଢାନ୍ତୁ, ସେମାନଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । ଚାଷୀ ପରିବାରର ପିଲା, ଡାକ୍ତର, ଇଂଜିନିୟର, ମ୍ୟାନେଜର ହୁଅନ୍ତୁ, ଏହା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ପଢନ୍ତୁ; ପଞ୍ଚମ ଦିନିକିଆ: ନ୍ୟୁଜିଲାଣ୍ଡ ୩୫ ରନରେ ହାରିଲା

Related posts

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା

ENO Beuro

ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ

ENO Beuro

Leave a Comment