News

କ୍ଷତିଗ୍ରସ୍ତ ଫସଲ ଓ ଜଳିଥିବା ଚାଷ ଜମି ପାଇଁ ୧୨୪ କୋଟିର ସହାୟକ ଅର୍ଥ ରାଶି ଘୋଷଣା

କିଛିଦିନ ଧରି ଚକଡା ପୋକଦ୍ଵାରା ବହୁ ଅଞ୍ଚଳରେ ଫସଲ କ୍ଷତିଗ୍ରସ୍ତ ହେଇଛି ।  ଏଥିପାଇଁ ବହୁ ଚାଷୀ ବ୍ୟତିବ୍ୟସ୍ତ ହେଇ ଫସଲ ଗୁଡିକୁ ଜାଳି ନଷ୍ଟ ମଧ୍ୟ କରିଦେଇଥିଲେ । ଏଥିପାଇଁ କୃଷି କ୍ୟାବିନେଟ ଓ ରାଜସ୍ୱ ମନ୍ତ୍ରୀ ୧୨୪ କୋଟିର ସହାୟକ ଅର୍ଥ ରାଶିର ଘୋଷଣା କରିଛନ୍ତି । ଚକଡା ପୋକଦ୍ୱାରା କ୍ଷତିଗ୍ରସ୍ତ ଫସଲ ପାଇଁ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିବା ସହ ଚାଷ ଜମି ଜାଳିଦେଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ଆଜି ଘୋଷଣା କରିଛନ୍ତି ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ ବୈଠକ ପରେ ଏନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ଘୋଷଣା ହୋଇଥିବା ମରୁଡି ସହାୟତା ଆଧାରରେ, ଚକଡା ପୋକ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯିବ । ଅର୍ଥାତ, ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଓ ଅଣଜଳସେଚିତ ଜମି ପାଇଁ ୬ ହଜାର ୮ଶହ ଟଙ୍କା ସହାୟତା ପାଇବେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀ । ସେହିପରି କୀଟନାଶକ ଉପରେ ସବସିଡି ହାରକୁ ବୃଦ୍ଧି କରାଯାଇଛି । ପୂର୍ବରୁ ରୋଗପୋକ ପାଇଁ ୫୦ ପ୍ରତିଶତ ସବସିଡି ଦରରେ କୀଟନାଶକ ଦିଆଯାଉଥିବାବେଳେ ଏଣିକି ୭୫ ପ୍ରତିଶତ ସବସିଡି ପ୍ରଦାନ କରାଯିବ । ପ୍ରଭାବିତ ଅଂଚଳରେ ୫୦ ପ୍ରତିଶତ ରିହାତିରେ କୀଟନାଶକ ସିଂଚନ ମେସିନ ଯୋଗାଇ ଦିଆଯିବ ।

ଏଥିସହ ପ୍ରଭାବିତ ଅଂଚଳରେ ୫୦ ହଜାର ଚାଷୀଙ୍କୁ ବିକଳ୍ପ ଜୀବନଧାରଣ ପାଇଁ ସହାୟତା କରିବାକୁ କୁକୁଡା ଚିଆଁ ଓ ଫୁଡର କିଟ ଯୋଗାଇ ଦିଆଯିବ । ସେହିଭଳି ରବି ଚାଷ ଋଣ ପାଇଁ ୫ ହଜାର କୋଟି ଟଙ୍କା ରଖାଯାଇଛି ।ଏହାଛଡା ପୋକ ପାଇଁ ୩୩% ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଜମିରେ ୫୦% ଖଜଣା ଛାଡ ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଚାଷ କ୍ଷତିଗ୍ରସ୍ତ ଅଞ୍ଚଳରେ ପିଲାଙ୍କ ଟ୍ୟୁସନ ଫି ଛାଡ କରିବାକୁ କୃଷି କ୍ୟାବିନେଟରେ ନିଷ୍ପତି ହୋଇଛି । ଏହାବାଦ ମରୁଡି ପ୍ରଭାବିତ ଅଂଚଳ ପାଇଁ ସରକାର ଯେଉଁସବୁ ଘୋଷଣା କରିଥିଲେ, ଚକଡା ପୋକ ଦ୍ୱାରା ପ୍ରଭାବିତ ଅଂଚଳର ଚାଷୀଙ୍କ ପାଇଁ ମଧ୍ୟ ସେହିସବୁ ଘୋଷଣା ଦୋହରାଇଛନ୍ତି ।

ଚକଡା ପୋକଦ୍ୱାରା କ୍ଷତିଗ୍ରସ୍ତ ଫସଲ ଓ ଜଳିଥିବା ଚାଷ ଜମି ପାଇଁ ମିଳିବ କ୍ଷତିପୂରଣ

ପଢନ୍ତୁ, ଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଛି

Related posts

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

ENO Beuro

ତାମିଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆତ୍ମହତ୍ୟା

ENO Beuro

ପୁଣି ଥରିଲା ଇଣ୍ଡୋନେସିଆ,ରିକ୍ଟର ସ୍କେଲରେ ତୀବ୍ରତା ୫.୯

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More