Loading...

ଏଣିକି ୭ ବର୍ଷ ନୁହେଁ ଥରେ OTET ପାସ କଲେ ଜୀବନବ୍ୟାପୀ ବୈଧତା ଘୋଷଣା କଲେ ରାଜ୍ୟସରକାର

ଏଣିକି ୭ ବର୍ଷ ନୁହେଁ ଥରେ OTET ପାସ କଲେ ଜୀବନବ୍ୟାପୀ ବୈଧତା ଘୋଷଣା କଲେ ରାଜ୍ୟସରକାର

ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ବୈଧତା ସୀମା ବୃଦ୍ଧି କରିଛନ୍ତି। ଥରେ ଓଟିଇଟି ପାସ୍‌ କଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ବୈଧତା ସୀମା ବୃଦ୍ଧି କରିଛନ୍ତି। ଥରେ ଓଟିଇଟି ପାସ୍‌ କଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଓଟିଇଟି ପାସ୍‌ କଲେ ଏହାର ବୈଧତା ୭ ବର୍ଷ ରହୁଥିଲା। ଏବେ ଏହାକୁ ଜୀବନବ୍ୟାପୀ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ୭ ବର୍ଷ ଭିତରେ ଚାକିରି ନ ପାଇଲେ ପୁଣି ପରୀକ୍ଷା ଦେବାକୁ ପଡୁଥିଲା। ଏବେ ଥରେ ଓଟିଇଟି ପାସ୍‌ କଲେ ଆଉ ଜୀବନବ୍ୟାପୀ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ଓ ସେମାନେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।

ସୂଚନାନୁସାରେ, ଗତକାଲି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ହ୍ୟାଣ୍ଡେଲରୁ ସକାଳ ୧୦ଟା ୨୨ ମିନିଟ୍‌ରେ ଟ୍ୱିଟ୍‌ କରାଯାଇଥିଲା। ହେଲେ ପରେ ଏହାକୁ ଡିଲିଟ୍‌ କରି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପୁଣି ଅପରାହ୍ଣ ୪ଟା ୮ ମିନିଟ୍‌ରେ ଏନେଇ ଟ୍ୱିଟ୍ କରାଯାଇଥିଲା। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.