News

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି:ବଢିଲା ମହଙ୍ଗା ଭତ୍ତା

govt

ରାଜ୍ୟ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନେଇଆସିଛନ୍ତି ଦୀପାବଳି ଭେଟି । ପିଏସ୍‌ୟୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭ ଦରମା ଅନୁଯାୟୀ ମହଙ୍ଗା ଭତ୍ତା ୯ ପ୍ରତିଶତକୁ ବୃଦ୍ଧି ହୋଇଛି । ପୂର୍ବରୁ ୭ ପ୍ରତିଶତ ଥିଲା । ତେବେ ଏହି ବର୍ଦ୍ଧିତ ଭତ୍ତା ଚଳିତ ବର୍ଷ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ଘୋଷଣା ହୋଇଛି ।

govt

ଯେଉଁ ସରକାରୀ ଉଦ୍ୟୋଗଗୁଡିକ ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିଥିବେ, ସେହି ଉଦ୍ଦ୍ୟୋଗର କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ଦ୍ୱାରା ଉପକୃତ ହୋଇପାରିବେ ବୋଲି ଜଣାପଡିଛି। ଏହି ସର୍ତ୍ତ ପୂରଣ କରି ନ ଥିବା ଉଦ୍ୟୋଗମାନେ ସେମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ଉଦ୍ୟୋଗ ବିଭାଗକୁ ବିଚାର ପାଇଁ ପଠାଇପାରିବେ।

ପଢନ୍ତୁ;ଆଜିଠୁ ରାଜଧାନୀରେ ମାଗଣା ୱାଇଫାଇ

Related posts

୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ENO Beuro

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

ENO Beuro

ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ: ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

Ratnamani Moharana

Leave a Comment