News

ରାଜ୍ୟସରକାର ବଢାଇଲେ ବାର୍ଦ୍ଧକ୍ୟ ଭତ୍ତା

odisha

ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭ଶହ ଟଙ୍କା ପାଇବେ। ୧୫ ଫେବୃଆରୀ ୨୦୧୯ରୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଏହି ଅଧିକ ଟଙ୍କା ହିତାଧିକାରୀମାନେ ପାଇପାରିବେ। ତେବେ ଭତ୍ତା ବୃଦ୍ଧିପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ହିତାଧିକାରୀ ସମାଜିକ ସୁରକ୍ଷା ପାଇବା ଉଚିତ୍‌। ଆଉ ଏହାକୁ ଦୃଷ୍ଟିରେ ରଖି ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅଧିକ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି।

odisha

ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଓ ଅସହାୟ ମହିଳା ପ୍ରମୁଖ ଏଥିରେ ଉପକୃତ ହେବେ। ବର୍ଦ୍ଧିତ ଭତ୍ତା ୨୦୧୯ ମସିହା ଫେବ୍ରୁଆରୀ ମାସ ୧୫ ତାରିଖରୁ ମିଳିବ। ନିକଟରେ ସରକାର ‘କାଳିଆ’, ‘ପିଠା’ ଓ ‘ମୋ ଗେହ୍ଲା ଝିଅ’ ଆଦି ଯୋଜନା ଆରମ୍ଭ କରିଛନ୍ତି।

ପଢନ୍ତୁ; ମାଲେସିଆ ମାଷ୍ଟର୍ସ : ସେମିଫାଇନାଲରେ ସାଇନା

Related posts

୯୦ ଲକ୍ଷ ଟଙ୍କା ଚୋରି କରି ଧରା ପଡିଲେ ନୋଟ୍‌ ଛାପାଖାନାର ବରିଷ୍ଠ ଅଧିକାରୀ

ENO Beuro

ବାଲାକୋଟକୁ ମନା ଗଣମାଧ୍ୟମ ପ୍ରତିନିଧି: ପାକିସ୍ତାନ ଲୁଚାଇବାକୁ ପ୍ରୟାସ କରୁଛି ବାଲାକୋଟର ସତ୍ୟତା

Ratnamani Moharana

ଓଡିଆ ଝିଅ ସ୍ଵପ୍ନା ‘ମିସ୍‌ ଟୁରିଜିମ୍‌ ଆଣ୍ଡ୍‌ କଲ୍‌ଚର୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ତୃତୀୟ

ENO Beuro

Leave a Comment