News

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

ସରକାର ଶିକ୍ଷାର ଅଗ୍ରଗତି ନିମନ୍ତେ ବହୁ ପଦକ୍ଷେପ ନେଇଛନ୍ତି । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ୟୁନିଫର୍ମ, ପାଠ୍ୟପୁସ୍ତକ,ସାଇକେଲ ଓ ମଧ୍ୟାହ୍ନଭୋଜନ ପରେ ଏବେ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି । ଆସନ୍ତା ୧୪ ତାରିଖରେ ପାଳିତ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିବାର ସମ୍ଭାବନା ରହିଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଶିକ୍ଷା ଅଧିକାର ଆଇନ-୨୦୦୯ ଓ ଶିକ୍ଷା ଅଧିକାର ନିୟମାବଳୀ-୨୦୧୦ ଅନୁସାରେ ୟୁନିଫର୍ମରେ ଜୋତା ସାମିଲ କରିବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ ଅଧ୍ୟକ୍ଷ ଶ୍ରୁତି କାକେର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ ସେ କହିଥିଲେ ଯେ ୟୁନିଫର୍ମ, ପାଠ୍ୟପୁସ୍ତକ, ମଧ୍ୟାହ୍ନଭୋଜନ ପରି ଜୋତା ମଧ୍ୟ ଛାତ୍ରଛାତ୍ରୀଙ୍କର ଏକ ପ୍ରମୁଖ ଆବଶ୍ୟକତା। ଜୋତା ଦ୍ୱାରା ଛାତ୍ରଛାତ୍ରୀ ଦୃଢ଼ ବିଶ୍ୱାସୀ ହୋଇଥାନ୍ତି । । ସରକାରୀ ବିଦ୍ୟାଳୟରେ ପଢ଼ୁଥିବା କେତେକ ପିଲାଙ୍କ ଅଭିଭାବକ ଜୋତାର ମହତ୍ତ୍ୱ ବୁଝିଛନ୍ତି। ହେଲେ ଅନେକ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନଙ୍କ ପିଲାଙ୍କୁ ଜୋତା ଦେଇପାରୁ ନାହାନ୍ତି। ସେହି ପିଲାମାନେ ବିଦ୍ୟାଳୟରେ ନିଜକୁ ଲାଞ୍ଛିତ ମନେ କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଜୋତା ଯୋଗାଇ ଦେବା ଲାଗି ପରାମର୍ଶ ଦେଇଥିଲେ।

ଚିଠି ମିଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ଓପେକା ପ୍ରକଳ୍ପ ନିର୍ଦେଶକଙ୍କୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଛି। ଏଥିରେ ଉଲ୍ଲେଖ ହୋଇଛି ଯେ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରାଯାଇପାରିବ କି ନାହିଁ, ଚଳିତ ଶିକ୍ଷାବର୍ଷରେ ଜୋତା ଦେଇ ହେବ କି ନାହିଁ, ୟୁନିଫର୍ମରେ ଜୋତା ସାମିଲ କଲେ କେତେ ପାଣ୍ଠି ଆବଶ୍ୟକ ତାହା ଉପରେ ଜଣାଇବାକୁ କୁହାଯାଇଥିଲା। ଶୁକ୍ରବାର ସୁଦ୍ଧା ଜଣାଇବାକୁ କୁହାଯାଇଥିଲେ ମଧ୍ୟ ଓପେପା ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ କହିଛନ୍ତି ଯେ ରିପୋର୍ଟ ଦିଆଯାଇପାରି ନାହିଁ। ଗତକାଲି ଚିଠି ଆସିଛି। ତେଣୁ ଯେତେଶୀଘ୍ର ସମ୍ଭବ ଆମେ ଜଣାଇବୁ ବୋଲି କହିଛନ୍ତି ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ।

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

ପଢନ୍ତୁ, ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

Related posts

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

ENO Beuro

ସମସ୍ତ ୧୧ ହଜାର ଟ୍ରେନ ଏବଂ ୮,୫୦୦ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା : ରେଳ ବଜେଟ ୨୦୧୮

ENO Beuro

ସୁନ୍ଦରୀକୁ ନେଇ ପୁଣି ଅଡୁଆ,ନନ୍ଦନକାନନ ମନା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More