କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ଆଉ କୌଣସି ଭୟ କରିବାର ନାହିଁ। ସ୍ପଷ୍ଟ କଲେ ରାଜ୍ୟ ସରକାର। ରାଜଧାନୀରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ଅସୁବିଧା ନଥିବା କଥା କହିଛନ୍ତି ରାଜ୍ୟ ସରକାର। ତେବେ ଓୟୁଏଟିସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଓୟୁଏଟି କୁକୁଡ଼ା ଫାର୍ମ ଓ ଏହାର ୧କି.ମି ବ୍ୟାସାର୍ଦ୍ଧ ଅଞ୍ଚଳରେ ସମସ୍ତ କୁକୁଡ଼ା ଓ ବତକକୁ ମାରି ପୋତି ଦିଆଯାଇଥିବା ସହ ଅଣ୍ଡା ଓ କୁକୁଡ଼ା ଖାଦ୍ୟ ମଧ୍ୟ ନଷ୍ଟ କରି ଦିଆଯାଇଛି ।
ଓୟୁଏଟି କୁକୁଡ଼ା ଫାର୍ମକୁ ସିଲ୍ କରି ଦିଆଯିବା ସହିତ ଖୋର୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ତରଫରୁ ଚଳିତ ମାସ ୪ତାରିଖରେ ‘ଜୀବାଣୁମୁକ୍ତ’ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ପଢନ୍ତୁ: ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ