29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ

ରାଜଧାନୀକୁ ଆସିବ ଡାକୋଟା । ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବର୍ତ୍ତମାନ ବିମାନଟି କୋଲକାତାରେ ରହିଛି । ବିଜୁ ବାବୁଙ୍କ ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍‌ସରେ ୧୪ଟି ବିମାନ ଥିଲା । ସେଥିରୁ ଡାକୋଟା ବିଜୁ ବାବୁଙ୍କ ବେଶ ପ୍ରିୟ ଥିଲା । ଡାକୋଟାକୁ ନିଜେ ବିଜୁ ବାବୁ ବ୍ୟବହାର କରୁଥିଲେ । ବର୍ତ୍ତମାନ ଏହା କୋଲକାତାରେ ରହିଛି । ବିମାନଟିକୁ ଓଡ଼ିଶା ଆଣିବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା । ଏହାପରେ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଥିଲେ ।

ସୂଚନାନୁସାରେ, କୋଲକାତାରୁ ବିମାନର ବିଭିନ୍ନ ପାର୍ଟସ୍‌କୁ ଖୋଲି ଏହାକୁ ଭୁବନେଶ୍ୱର ଅଣାଯିବ । ଭୁବନେଶ୍ୱରରେ ପାର୍ଟଗୁଡିକ ଯୋଡ଼ାଯାଇ ବିଜୁ ପଟ୍ଟନାୟକ ଏୟାର ପୋର୍ଟସ୍‌ରେ ରଖିବାକୁ ଯୋଜନା ହେଉଥିବା ସୂଚନା ମିଳିଛି ।

ପ୍ରଥମେ ଏହାକୁ ଆନନ୍ଦ ଭବନ ସଂଗ୍ରାହଳୟରେ ରଖିବାକୁ ଯୋଜନା ହୋଇଥିଲା । କିନ୍ତୁ ସ୍ଥାନର ଅଭାବ ଥିବାକୁ ଏହାକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖିବାକୁ ସ୍ଥିର କରାଯାଇଥିଲା । ଡାକୋଟା ବିମାନକୁ  ଓଡ଼ିଶା ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗୁ ଦାୟିତ୍ୱ ଦିଆଯାଇଛି ।

ପଢନ୍ତୁ: ମୁକେଶର ରାଜକ୍ଷମା ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

Related posts

ବ୍ରିଜ୍ ତଳେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍

Ratnamani Maharana

ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ

Ratnamani Maharana

ଅର୍ଥ ବିଭାଗ ଆଣିଲା ‘ଓଡ଼ିଶା ବଜେଟ’ ଆପ୍‌

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More