News SPORTS

ଓଡିଶା ହକି ବିଶ୍ଵକପ: ହକି ବିଶ୍ୱକପ ଅଫିସିଆଲ୍ ଓପନିଙ୍ଗ୍ ସଙ୍ଗୀତରେ ଏକାଠି ହେବେ ରହମାନ ,ଗୁଲଜାର

ପ୍ରଥମ ଥର ଓଡିଶାରେ ରହମାନ ଲାଇଭ

ଟ୍ବିଟରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବରେ ଚାର ଚାନ୍ଦ ଲଗାଇବେ ଏ. ଆର୍‌. ରେହମାନ । ନଭେମ୍ବର ୨୮ ତାରିଖକୁ ଏବେ ଅପେକ୍ଷା ରହିଲା । ଆରମ୍ଭ ହେବ ପୁରୁଷ ହକିର କ୍ରୀଡ଼ା ମହାକୁମ୍ଭ । ଉଦଘାଟନୀ ସମାରୋହରେ ସଙ୍ଗୀତ ପରିବେଷଣ କରିବେ ରେହମାନ୍‌ । ଏହାର ଅଫିସିଆର୍‌ ଓପେନିଂ ସଙ୍ଗ୍‌ ସେ ପ୍ରସ୍ତୁତ କରୁଛନ୍ତି । ଗୀତଟିକୁ ଲେଖିଛନ୍ତି ପ୍ରସିଦ୍ଧ ଗୀତିକାର ଗୁଲଜାର୍‌। ଟ୍ଵିଟ୍‌ରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ar ବିଶ୍ୱକପ ଓଡିଶା ହକି ବିଶ୍ଵକପ: ହକି ବିଶ୍ୱକପ ଅଫିସିଆଲ୍ ଓପନିଙ୍ଗ୍ ସଙ୍ଗୀତରେ ଏକାଠି ହେବେ ରହମାନ ,ଗୁଲଜାର ar

ଆୱାର୍ଡ ୱିନିଂ ଫିଲ୍ମ ସ୍ଲମ୍‌ ଡଗ୍‌ ମିଲିଓନେୟାରର ପ୍ରସିଦ୍ଧ ଗୀତ ଜୟ ହୋରେ ରେହମାନ ଓ ଗୁଲଜାର ଯୋଡ଼ିଙ୍କ ମ୍ୟାଜିକ୍‌ ଦେଖିବାକୁ ମିଳିଥିଲା । ଜିତିଥିଲା ଏକାଡେମୀ ଆୱାର୍ଡ । ସେହିପରି ଦିଲ୍‌ ସେ ଫିଲ୍ମରେ ଗୁଲ୍‌ଜାରଙ୍କ ଛୈୟା ଛୈୟା ଗୀତଟିକୁ ସଙ୍ଗୀତରେ ସଜାଇଥିଲେ ଏ. ଆର୍‌. ରେହମାନ୍‌ । ପୂର୍ବରୁ ଭୁବନେଶ୍ୱରରରେ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ସଙ୍ଗୀତ ପରିବେଷଣ କରିଥିଲେ ବଲିଉଡ୍‌ ସଙ୍ଗୀତଜ୍ଞ ଶଙ୍କର ମହାଦେବନ୍‌ । ଆଗକୁ ହକି ବିଶ୍ୱକପ୍‌ରେ ରେହମାନଙ୍କ ଯାଦୁ କଳିଙ୍ଗ ଷ୍ଟାଡିୟମ୍‌ ଦର୍ଶକଙ୍କୁ ମତୁଆଲା କରିବ।

ସୂଚନଯୋଗ୍ୟ ,ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିବ ପୁରୁଷ ହକି ବିଶ୍ୱକପ୍‌ । ୧୬ଟି ଦଳ ମୋଟ୍‌ ୩୬ଟି ମ୍ୟାଚ୍‌ ଖେଳିବେ।

ପଢନ୍ତୁ;ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Related posts

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

Krishna Kumar Manoj

କାଠମାଣ୍ଡୁରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା: ୫୦ ମୃତ ଦେହ ଉଦ୍ଧାର

Krishna Kumar Manoj

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More