ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା :ଆଜିଠାରୁ ଅନଲାଇନରେ ମିଳିବ ଆଡମିଟ୍‌ କାର୍ଡ

ଫେବୃଆରୀ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ଆଜିଠାରୁ ଚଳିତ ବର୍ଷ ମାଟ୍ରିକ୍‌ ପାଇଁ ଅନ୍‌ଲାଇନରେ ଆଡମିଟ୍ କାର୍ଡ ଉପଳବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ ସାଇଟ୍‌  WWW.bseodisha.com ଛାତ୍ରଛାତ୍ରୀମାନେ ନିଜର ଆଡମିଟ୍‌ ପାଇ ପାରିବେ । ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନ୍‌ ଆରା ବେଗମ୍‌ ସୂଚନା ଦେଇଛନ୍ତି ।

ଆଜି ଠାରୁ ବୋର୍ଡର ୱେବ୍‌ ସାଇଟ୍‌ରେ  ଆଡମିଟ୍‌ କାର୍ଡ ଉପଲବ୍ଦ ହେବ । ସ୍କୁଲର ପ୍ରଧାନଶିକ୍ଷକ ଅନଲାଇନରୁ ଆଡମିଟ କାର୍ଡ ଡାଉନଲୋଡ କରି ଛାତ୍ରଛାତ୍ରୀଙ୍କୁ ଦେବେ । ଏହାଛଡା ୧୭ ତାରିଖରୁ ମଧ୍ୟ ସମସ୍ତ ପରୀକ୍ଷା ସେଣ୍ଟରରେ ଅଫଲାଇନରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଆସନ୍ତା ଫେବୃଆରୀ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ।

ଚଳିତବର୍ଷ ରାଜ୍ୟରେ ମୋଟ ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷାର୍ଥି ରହିଥିବାବେଳେ ରେଗୁଲାର ପାଇଁ ୨୮୧୮ଟି ସେଣ୍ଟର, ଓପନ ସ୍କୁଲ ପାଇଁ ୧୦୧ ଟି ଓ ମଧ୍ୟମ ପାଇଁ ୪୭ ଟି ସେଂଟର ହୋଇଛି । ଚଳିତ ମାସ ୧୭ ତାରିଖ ସୁଦ୍ଧା ନୋଡାଲ ସେଂଟରରେ ଓଏମଆର ସିଟ ପହଂଚିବାର ସ୍ଥିର ହୋଇଛି । ଫେବୃଆରୀ ୨୨ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ନୋଡାଲ ସେଣ୍ଟର୍‌ରେ ପ୍ରଶ୍ନପତ୍ର ପହଁଚିବ । ପ୍ରତି ପରୀକ୍ଷା ପରେ ଉତ୍ତର ଖାତାକୁ ଆଣିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପଢନ୍ତୁ ;

ସୁନ୍ଦର ତ୍ୱଚା ଚାହାଁନ୍ତି କି ? ତେବେ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ଆଜିଠାରୁ ଚଳିତ ବର୍ଷ ମାଟ୍ରିକ୍‌ ପାଇଁ ଅନ୍‌ଲାଇନରେ ଆଡମିଟ୍ କାର୍ଡ ଉପଳବ୍ଧ ହେବ । - 4.6

91%

 ଆସନ୍ତା ଫେବୃଆରୀ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । - 4.4

88%
4.5/5

Very Good!

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା :ଆଜିଠାରୁ ଅନଲାଇନରେ ମିଳିବ ଆଡମିଟ୍‌ କାର୍ଡ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ଆଜିଠାରୁ ଚଳିତ ବର୍ଷ ମାଟ୍ରିକ୍‌ ପାଇଁ ଅନ୍‌ଲାଇନରେ ଆଡମିଟ୍ କାର୍ଡ ଉପଳବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ ସାଇଟ୍‌  WWW.bseodisha.com ଛାତ୍ରଛାତ୍ରୀମାନେ ନିଜର ଆଡମିଟ୍‌ ପାଇ ପାରିବେ । ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନ୍‌ ଆରା ବେଗମ୍‌ ସୂଚନା ଦେଇଛନ୍ତି ।

No Votes Yet

You're not rated yet