• Home
  • News
  • ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା
News

ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା

ରାଜ୍ୟ କ୍ୟାବିନେଟରେ ଗତକାଲି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା ଭିତରେ ରହିଛି, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଓ ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁରେ ମିଳିବ ଆର୍ଥିକ ସହାୟତା ।

ସେଚ ଉନ୍ନୟନ ଯୋଜନାରେ ୫୫ ହଜାର ହେକ୍ଟର ଜମିରେ ଜଳ ସେଚନ କରାଯିବ । ଆଗାମୀ ୩ ବିର୍ଷରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୬ଶହ ୩୫ କୋଟି ଟଙ୍କା ଏହି କାର୍ଯ୍ୟ ନିମିତ୍ତ ବ୍ୟୟ କରାଯିବ ।

ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ପୂର୍ବରୁ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଜନ୍ତୁ ମାନଙ୍କ ପାଇଁ କ୍ଷତିପୂରଣ ମିଳୁନଥିବାବେଳେ ଏଣିକି ଏଥିପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ ।

ବନ୍ୟଜନ୍ତୁ ଆକ୍ରମଣରେ ମେଣ୍ଢା, ଛେଳି ପାଇଁ ୨ ହଜାର ଓ ଛୁଆ ପାଇଁ ୭ଶହ ୫୦ ଟଙ୍କା କ୍ଷତିପୂରଣ ଦିଆଯିବ । ୧୧ଟି ବିଶ୍ୱବିଦ୍ୟାଳୟ ଓ ୧୪୦ଟି ମହାବିଦ୍ୟାଳୟକୁ ମିଳିବ ୧ହଜାର ୭୧ କୋଟି ଟଙ୍କା । ଦୁଇଟି ପର୍ଯ୍ୟାୟରେ ଏହି ଟଙ୍କା ପ୍ରଦାନ କରାଯିବ । ଏହା ମୁଖ୍ୟତଃ ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ । ବ୍ରହ୍ମପୁର ମହୁଡାଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପ୍ରତିଷ୍ଠା ହେବ ।

ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା  ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା

ପଢନ୍ତୁ, ମାର୍ଗଶୀର ଶେଷ ହେବାକୁ ବସିଲାଣି ହେଲେବି ପରିବା ଦର ଆକାଶ ଛୁଆଁ, ସବୁଠୁ ବେଶି କନ୍ଦାଉଛି ପିଆଜ

Related posts

କଳା ଶିଶୁକୁ ଗୋରା କରିବା ପାଇଁ ପଥରରେ ରଗଡିଲା ମା’

Krishna Kumar Manoj

ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା : ବମିଖାଲ ଫ୍ଲାଏ ଓଭର କାର୍ଯ୍ୟରୁ ହଟିଲା ପଣ୍ଡା ଇନ୍‌ଫ୍ରା

Krishna Kumar Manoj

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More