EnewsOdia.Com

ଫେବୃଆରୀ ୧୯ ରୁ ମାଟ୍ରିକ୍‌ ପରୀକ୍ଷା

ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ  ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍‌) ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ୨୦୨୦ ହାଇସ୍କୁଲ ସାର୍ଟି‌ଫିକେଟ୍ (ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୬ଲକ୍ଷ ୬୦ହଜାର ୮୯୧ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ପାଇଁ ୨୮୮୮ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଥିବାବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୦୭ ଟି ନୋଡାଲ ସେଣ୍ଟର ସ୍ଥିର ହୋଇଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ୨୨ଟି ଥାନାକୁ ନୋଡାଲ୍ ସେଣ୍ଟର ଚୟନ କରାଯାଇଛି।

ହାଇସ୍କୁଲ ସାର୍ଟି‌ଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସଂକ୍ରାନ୍ତ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଛଡାଯାଇଛି। କେଉଁ ସ୍କୁଲରୁ କେତେ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି, କେଉଁ ସ୍କୁଲ ପରୀକ୍ଷା କେନ୍ଦ୍ର, ମୂଲ୍ୟାୟନ କେନ୍ଦ୍ର, ନୋଡାଲ ସେଣ୍ଟର ହୋଇଛି ଆଦି ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କୁଲ କୋଡ ଓ ପାସ୍‌ୱାର୍ଡ ବ୍ୟବହାର କରି ନିଜ ସ୍କୁଲ ସଂପର୍କିତ ସମସ୍ତ ତଥ୍ୟ ଡାଉନଲୋଡ୍ କରିପାରିବେ।

ପଢନ୍ତୁ: ବିନୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ସମ୍ବନ୍ଧିତ ଖବର

ଚୀନରୁ ନିଜ ଦେଶର ନାଗରିକଙ୍କୁ ଆଣିବନି ପାକିସ୍ତାନ

Ratnamani Maharana

ବାର୍ଷିକ କ୍ରୀଡାରେ ଅଭିନବ ଢଙ୍ଗରେ ହେଲମେଟ ସଚେତନତା

Ratnamani Maharana

‘ଆଧାର’ ଲିଙ୍କ୍ ନହେଲେ ଏପ୍ରିଲରୁ ବନ୍ଦ ହେବ ଭତ୍ତା

Ratnamani Maharana

କରୋନା ନେଇ ଦେଶ ସତର୍କ: ବଢ଼ିପାରେ କଟକଣା, ଭାରତରେ ୧୦୭ ଆକ୍ରାନ୍ତ

Ratnamani Maharana

‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

Ratnamani Maharana

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

Ratnamani Maharana