SPORTS

ଆଇଟିଏଫ୍‌ ଚାଲେଞ୍ଜର୍ସ ଓ ଡେଭିସ୍‌ କପ୍‌ ଆୟୋଜନ କରିବା ଆଶାରେ “ଓଡିଶା” !

“କ୍ରୀଡ଼ା ରାଜଧାନୀ ଭାବେ ଭୁବନେଶ୍ୱର ସୁନାମ ଅର୍ଜିବ”

କଳିଙ୍ଗ ଷ୍ଟାଡିୟମ୍‌ରେ ୧୫,୦୦୦ ଆମେରିକୀୟ ଡଲାର୍‌ (ପ୍ରାୟ ୯ ଲକ୍ଷ ୭୫ ହଜାର ଟଙ୍କା) ପୁରସ୍କାର ରାଶି ବିଶିଷ୍ଟ ଓଡ଼ିଶା ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍‌)ର ପୁରୁଷ ଫ୍ୟୁଚର୍ସ ପ୍ରତିଯୋଗିତା ଆରମ୍ଭ ହୋଇଛି। କିନ୍ତୁ ଏହାର ଉଦ୍‌ଘାଟନୀ ଉତ୍ସବରେ ହିଁ ଆୟୋଜକ ବୁଣି ଦେଇଛନ୍ତି ଆଉ ଦୁଇଟି ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାର ମଞ୍ଜି। ଆଇଟିଏଫ୍‌ ଫ୍ୟୁଚର୍ସର ପରବର୍ତୀ ଉଚ୍ଚସ୍ତର ପ୍ରତିଯୋଗିତା ଆଇଟିଏଫ୍‌ ଚାଲେଞ୍ଜର୍ସ ସହିତ ମର୍ଯ୍ୟଦାଜନକ ଡେଭିସ୍‌ କପ୍‌ ଆୟୋଜନ ପାଇଁ ଆମେ ଆଶା ବାଦୀ ଏବଂ ପ୍ରସ୍ତୁତ ବୋଲି ଦେଖାଇ ଦିଆଯାଇଛି ସ୍ୱପ୍ନ। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ସବୁଜ ସଙ୍କେତ ଦେବା ଥିଲା ସବୁଠାରୁ ଉଲ୍ଲେଖନୀୟ କଥା। ଏହାର ବାସ୍ତବତାକୁ ନେଇ ଢ଼େର ଆଶାବାଦୀ ଅଛନ୍ତି ସର୍ବଭାରତୀୟ ଟେନିସ୍‌ ସଂଘ (ଆଇଟା)ର ସାଧାରଣ ସମ୍ପାଦକ ହିରଣ୍ମୟ ଚାଟାର୍ଜୀ।

ଓଡ଼ିଶାରେ ଆଇଟିଏଫ୍‌ ଆୟୋଜନ ପରେ ଏବେ ବଡ଼ ପ୍ରତିଯୋଗିତା ପାଇଁ ବାଟ ଫିଟିଯାଇଛି। ଆଇଟିଏଫ୍‌ ଚାଲେଞ୍ଜର୍ସ ଏବଂ ଡେଭିସ୍‌ କପ୍‌ ଭଳି ବଡ଼ ପ୍ରତିଯୋଗିତାର ପ୍ରସ୍ତାବ ନିଶ୍ଚିତ ସ୍ୱାଗତଯୋଗ୍ୟ। ଓଡ଼ିଶା ପ୍ରସ୍ତାବ ଦେଲେ ଆଇଟା ନିଶ୍ଚିତ ସମର୍ଥନ ଓ ସହଯୋଗ ପ୍ରଦାନ କରିବ। ଆୟୋଜନର ବାସ୍ତବତାରେ କିଛି ଅସୁବିଧା ନାହିଁ। କେବଳ ଆଉ କିଛି ଭିତ୍ତିଭୂମୀ ବଢ଼ାଇବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ।

କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରାଯାଇଛି। ଆଗାମୀ ଦିନରେ ଏହାର ଆହୁରି ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଏଠାରେ ନିକଟ ଅତୀତରେ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ହୋଇଛି। ଆଗାମୀ ନଭେମ୍ବରରେ ହକି ବିଶ୍ୱକପ ଆୟୋଜନ ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି। ଭୁବନେଶ୍ୱର ନିଶ୍ଚିତଭାବେ ଭାରତର କ୍ରୀଡ଼ା ରାଜଧାନୀଭାବେ ସୁନାମ ଅର୍ଜନ କରିବ ବୋଲି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ ଫ୍ୟୁଚର ଟେନିସ ଟୁର୍ନାମେଣ୍ଟର ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ପଢନ୍ତୁ;

ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ

Related posts

ଏସିଆ କପ୍‌: ଭାରତ-ପାକିସ୍ଥାନ ମୁକାବିଲା ଆଜି

ENO Beuro

୧୯ ବର୍ଷରୁ କମ୍‌ କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ

ENO Beuro

ବଲ୍‌ ଟ୍ୟାମ୍ପରିଂ ମାମଲା : ସ୍ମିଥ୍‌, ଓ୍ବାର୍ନରଙ୍କୁ ୧୨ ମାସ ଏବଂ ବାନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More