News

ଓଡ଼ିଆ ମହିଳା ଏଭରେଷ୍ଟ ଆରୋହରଣକାରିଣୀ କଳ୍ପନା ଦାସଙ୍କ ପରଲୋକ

Ka

ଓଡ଼ିଶା ପାଇଁ ଏହା ବେଶ୍‌ ଦୁଃଖଦ ଖବର। ପୂର୍ବ ଭାରତର ପ୍ରଥମ ମହିଳା ଏଭରେଷ୍ଟ ଆରୋହରଣକାରିଣୀ   କଳ୍ପନା ଦାସଙ୍କ ପରଲୋକ ହୋଇଯାଇଛି।ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ।

89 3
89 3

କଳ୍ପନା ଗୁରୁବାର ଅପରାହ୍‌ଣ ୧୨.୫୫ରେ ନେପାଳସ୍ଥିତ ଏଭରେଷ୍ଟ ଶୀର୍ଷରେ ପହଞ୍ଚି ପାରିଥିଲେ। ତେବେ ଫେରିବା ବେଳେ କଳ୍ପନା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଗୁରୁବାର ସନ୍ଧ୍ୟାରେ କଳ୍ପନାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଭରେଷ୍ଟ କ୍ୟାମ୍ପର ଫ୍ଲୋର-୪ରେ ଥିବା ବାଲକୋନିରେ କଳ୍ପନାଙ୍କ ମୃତଦେହ ପଡ଼ିରହିଛି। ତାଙ୍କ ମୃତଦେହକୁ ଓଡ଼ିଶା ଆଣିବା ଲାଗି ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ପଢନ୍ତୁ: ବିବାଦ ପରେ ବି ଜିତିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

 

Related posts

ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ENO Beuro

ଆସନ୍ତାକାଲିଠୁ ଖୋଲିବ ଭିତରକନିକା

ENO Beuro

କେରଳ ଲଭ୍‌ ଜିହାଦ ମାମଲା : ହାଦିୟାଙ୍କ ବିବାହ ବୈଧ

ENO Beuro

1 comment

Leave a Comment