Loading...

ନ୍ୟୁଜ୍

ଆଜିଠାରୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଆଜିଠାରୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଆଜିଠାରୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୩ରେ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ।

ସଫଳତାର ଆଉ ପାଦେ ଆଗକୁ ଗଲା ଭାରତ, ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ହୁବଲି ଷ୍ଟେସନ

ସଫଳତାର ଆଉ ପାଦେ ଆଗକୁ ଗଲା ଭାରତ, ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ହୁବଲି ଷ୍ଟେସନ

ଦେଶର ରେଳବାଇ ଇତିହାସରେ ସଫଳତାର ଆଉ ଏକ ପାହାଚ ଚଢିଲା ଭାରତ। ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କର୍ଣ୍ଣାଟକର ହୁବଲି ଷ୍ଟେସନ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ଲାଟଫର୍ମର ଉଦାଘାଟନ କରିଥିଲେ ।

ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ

ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ

ଆଜି ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ। ମାର୍ଚ ୧୦ରୁ ଦଶମ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।।

ଆସୁଛି ଆଉ ଏକ ପଶ୍ଚିମା ଝଡ, ୧୫ରୁ ଘଡଘଡି ସହ ବର୍ଷା

ଆସୁଛି ଆଉ ଏକ ପଶ୍ଚିମା ଝଡ, ୧୫ରୁ ଘଡଘଡି ସହ ବର୍ଷା

୨ ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିବ ପଶ୍ଚିମାଝଡ।୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ହେବ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି ।

ଦିଲ୍ଲୀ ଇଡି ଅଫିସ୍‌ରେ କେ. କବିତା

ଦିଲ୍ଲୀ ଇଡି ଅଫିସ୍‌ରେ କେ. କବିତା

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ତୁଗ୍‌ଲକ୍‌ ରୋଡ୍‌ରେ ଥିବା ବାପାଙ୍କ ସରକାରୀ ବାସଭବନରୁ ବାହାରି କଲୱାକୁନ୍ତଳା କବିତା ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ମୁଖ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲେ।

ଗୁମହୈ କିସି କେ ପ୍ୟାର'ର ସୁଟିଂରେ ନିଆଁ

ଗୁମହୈ କିସି କେ ପ୍ୟାର'ର ସୁଟିଂରେ ନିଆଁ

ଗୋରେଗାଓଁ ପିଲ୍ମ ସିଟିରେ ଶୁକ୍ରବାର ଅପରାହ୍ନରେ ଗୁମହୈ କିସି କେ ପ୍ୟାର ର ସୁଟିଂ ଚାଲିଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା।  ସଙ୍ଗେ ସଙ୍ଗେ ନିଆଁ ତେରି ମେରି ଦୁରିଆ ଓ ଅଜୁନୀ ଧାରାବାହିକ ସେଟକୁ ମଧ୍ୟ ବ୍ୟାପିଯାଇଥିଲା।

ଲି ଛିୟାଙ୍ଗ ହେଲେ ଚୀନର ନୂଆ ପ୍ରଧାନମନ୍ତ୍ରୀ

ଲି ଛିୟାଙ୍ଗ ହେଲେ ଚୀନର ନୂଆ ପ୍ରଧାନମନ୍ତ୍ରୀ

ସି ଜିନପିଙ୍ଗ ଚୀନର ପୁଣିଥରେ ରାଷ୍ଟ୍ରପତି ହେବା ସହିତ ଏବେ ଚୀନରେ ଦେଖିବାକୁ ମିଳିଛି ନେତୃତ୍ୱର ପରିବର୍ତ୍ତନ । ଏହି କ୍ରମରେ ଲି ଛିୟାଙ୍ଗ ଚୀନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

>