Loading...

ନ୍ୟୁଜ୍

ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନ ଟଙ୍କା

ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନ ଟଙ୍କା

ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୨ ତମ କିସ୍ତି ଅଧିନରେ ହିତାଧିକାରୀଙ୍କୁ ୧୬ ହଜାର କୋଟି ଟଙ୍କା ହସ୍ତାନ୍ତରଣ କରାଯିବ । ଏବେ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଦିଆ ସରିଲାଣି ।

ଏଣିକି ହିନ୍ଦୀ ଭାଷାରେ ପଢିବେ ଏମବିବିଏସ ଛାତ୍ରଛାତ୍ରୀ

ଏଣିକି ହିନ୍ଦୀ ଭାଷାରେ ପଢିବେ ଏମବିବିଏସ ଛାତ୍ରଛାତ୍ରୀ

ମଧ୍ୟ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠି ଏମ୍‌ବିବିଏସ୍‌ ପାଠ୍ୟକ୍ରମ ହିନ୍ଦୀ ଭାଷାରେ ପଢ଼ାଯିବ। ଏଥି ସହିତ ୟୁକ୍ରେନ, ରୁଷ୍‌, ଜାପାନ, ଚୀନ, କିର୍ଗିଜସ୍ତାନ ଓ ଫିଲିପାଇନ୍ସ ଭଳି ଦେଶ ତାଲିକାରେ ଭାରତ ସାମିଲ ହୋଇଯାଇଛି, ଯେଉଁଠାରେ ମେଡିକାଲ ପାଠପଢ଼ା ମାତୃ ଭାଷାରେ ହେବ।

କଂଗ୍ରେସ ସଭାପତି ପଦ ପାଇଁ କର୍ଣ୍ଣାଟକରେ ଭୋଟ ଦେବେ ରାହୁଲ

କଂଗ୍ରେସ ସଭାପତି ପଦ ପାଇଁ କର୍ଣ୍ଣାଟକରେ ଭୋଟ ଦେବେ ରାହୁଲ

ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ପଦରେ ବସିବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ସୋମବାର ଅନୁଷ୍ଠିତ ହେଉଛି। ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ଅଛନ୍ତି।

ଆଜି କଂଗ୍ରେସ ପାଇବ ନେତା, ଦାର୍ଘ ୨୪ ବର୍ଷ ପରେ ଅଣଗାନ୍ଧୀ ସମ୍ଭାଳିବେ ପଦ

ଆଜି କଂଗ୍ରେସ ପାଇବ ନେତା, ଦାର୍ଘ ୨୪ ବର୍ଷ ପରେ ଅଣଗାନ୍ଧୀ ସମ୍ଭାଳିବେ ପଦ

ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସଭାପତି ପଦ ପାଇଁ ଆଜି ଭୋଟ ପଡିବାକୁ ଯାଉଛି । ଜାତୀୟ କଂଗ୍ରେସର ମଙ୍ଗ କିଏ ସମ୍ଭାଳିବ, ଏହାର ଫୈସଲା କରିବା ପାଇଁ ସୋମବାର ନିର୍ବାଚନ ହେବାକୁ ଯାଉଛି ।

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ ସମସ୍ତଙ୍କ ନଜର

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ ସମସ୍ତଙ୍କ ନଜର

ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ କି କିଏ କିଏ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ହେବ ମୁକାବିଲା ।

ଦୀପାବଳିରେ ବାତ୍ୟା, ୨୦ରୁ ଲଘୁଚାପ

ଦୀପାବଳିରେ ବାତ୍ୟା, ୨୦ରୁ ଲଘୁଚାପ

୨୦ ତାରିଖରେ ଲଘୁଚାପ ସୃଷ୍ଟି ପରେ ୨୩ ତାରିଖରେ ଏହା ଅଧିକ ଘନୀଭୂତ ହେବ। ୨୪ରେ ଏହା ସମୁଦ୍ରରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ଗୁଜରାଟକୁ ଛାଡ଼ି ଅନ୍ୟ ସବୁ ରତଜ୍ୟରେ ବଢ଼ିଲା କ୍ଷୀରର ଦାମ

ଗୁଜରାଟକୁ ଛାଡ଼ି ଅନ୍ୟ ସବୁ ରତଜ୍ୟରେ ବଢ଼ିଲା କ୍ଷୀରର ଦାମ

ପାର୍ବଣ ଋତୁ ଚାଲିଥିବା ବେଳେ ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଅମୁଲ ବ୍ରାଣ୍ଡରେ ବ୍ୟବସାୟ କରୁଥିବା ଗୁଜରାଟ କୋପୋରେଟିଭ ମିଲ୍କି ମାର୍କେଟିଂ ଫେଡରେସନ ଲିଃ କ୍ଷୀରର ଦାମ ବୃଦ୍ଧି କରିଛି।

ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ବର୍ଷା ଦିନ ପାଇଁ ଜୁନ ୧୬ରୁ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ଖୋଲିବ। ଏବେ ମୌସୁମୀ ଯିବା ପରେ ରାସ୍ତା ଓ ପୋଲ କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି।

>