Loading...

ନ୍ୟୁଜ୍

କାହିଁକି ଲୁଚିଛନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ କହି କୋର୍ଟ ବାହାରେ ଗର୍ଜିଲେ ବ୍ଲାକମେଲିଂ କୁଇନ

କାହିଁକି ଲୁଚିଛନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ କହି କୋର୍ଟ ବାହାରେ ଗର୍ଜିଲେ ବ୍ଲାକମେଲିଂ କୁଇନ

ଆଜି ଭୁବନେଶ୍ୱରରେ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ହାଜର ହୋଇଛନ୍ତି। ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ବଡ଼ ମନ୍ତବ୍ୟ ଦେଇଛନ୍ତି।

ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ

ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ

ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ। ଭାରତ ଆଫଗାନିସ୍ତାନରେ ପୁଞ୍ଜି ନିବେଶ କରୁ ଏଥିପାଇଁ କାବୁଲରେ ଥିବା ଭାରତୀୟ ଦୂତାବାସକୁ ଭେଟି ଅନୁରୋଧ କରିଛନ୍ତି ତାଲିବାନ ସରକାର। ରବିବାର ‘ଦି ହିନ୍ଦୁ’ କୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ତାଲିବାନ ରାଜନୀତ କାର୍ଯ୍ୟାଳୟ ମୁଖ୍ୟ ସୁହେଲ ଶାହୀନ।

ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ

ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ

ଏକ ବ୍ୟକ୍ତି ଏକ ପଦବୀ ନୀତିରୁ ପଲଟିଲା କଂଗ୍ରେସ । ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ମଲ୍ଲିକାର୍ଜୁନ ଖଡଗେ । ରବିବାର କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖଡଗେ ଦଳର ସଭାପତି ସହିତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଧ୍ୟ ରହିବେ ।

ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ

ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ

ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ଗୁଡ୍ରି ଗ୍ରାମର ସ୍ୱପ୍ନିତା ପାଟମାଝୀ ଓରଫ ନନ୍ଦିନୀ ୨୦୧୮ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ପ୍ରାୟ ଦେଢ ବର୍ଷ ପରେ ୨୦୧୯ ମସିହାରେ ସେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ସେହିଭଳି ଛତିଶଗଡ଼ କାଙ୍କେର ଜିଲ୍ଲା ଦୁରକାଣ୍ଡାଲ ଥାନା ଅନ୍ତର୍ଗତ ଗୁମୁଡି ଗ୍ରାମର ଫୁଲବତୀ ଉଷେଣ୍ଡି ଓରଫ କରୁଣା ୨୦୦୮ମସିହାରୁ ଲାଲବାହିନୀରେ ସାମିଲ ହୋଇ ୨୦୨୧ ପର୍ଯ୍ୟନ୍ତ କାମ କରିଥିଲେ । ସେ ୨୦୨୧ରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମ

୮ରୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

୮ରୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଭାରତ ମହାସାଗର ଓ ଏହା ସଂଲଗ୍ନ ମାଇକ୍ରୋ ଷ୍ଟେଟ୍‌ ଅଞ୍ଚଳକୁ ପ୍ରବେଶ କରିଛି । ସୋମବାର ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୮ ଓ ୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ।

ଥରିବ ଓଡିଶା,  ୩ ଦିନରେ ୩ ଡିଗ୍ରି କମିବ ତାପମାତ୍ରା

ଥରିବ ଓଡିଶା, ୩ ଦିନରେ ୩ ଡିଗ୍ରି କମିବ ତାପମାତ୍ରା

ରାଜ୍ୟରେ ରବିବାର ସଂଧ୍ୟାରୁ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଦେଖାଯିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପଦ୍ମପୁର ଉପନିର୍ବାଚନ : ନେତା ବାଛୁଛନ୍ତି ଜନତା

ପଦ୍ମପୁର ଉପନିର୍ବାଚନ : ନେତା ବାଛୁଛନ୍ତି ଜନତା

ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ଆରମ୍ଭ । ପଦ୍ମପୁରର ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ୩୧୯ଟି ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ମତଦାନ ସାବ୍ୟସ୍ତ କରିବେ। ପଦ୍ମପୁର ଉପନିର୍ବାଚନ ମଇଦାନରେ ଥିବା ୧୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଶୀତ ସକାଳରେ ପୋଲିଂ ବୁଥ୍ ରେ ଭୋଟର ପହଞ୍ଚିବା ଆରମ୍ଭ କଲେଣି।

>