Loading...

ନ୍ୟୁଜ୍

ପଦ୍ମପୁରରେ ୩ ବ୍ୟବସାୟୀଙ୍କ ଘରେ କେନ୍ଦ୍ରୀୟ ଟିମ ପକ୍ଷରୁ ଚଢ଼ାଉ

ପଦ୍ମପୁରରେ ୩ ବ୍ୟବସାୟୀଙ୍କ ଘରେ କେନ୍ଦ୍ରୀୟ ଟିମ ପକ୍ଷରୁ ଚଢ଼ାଉ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟାରୁ ସଶସ୍ତ୍ର ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ଏହି ଟିମ୍ ଏହି ଚଢ଼ାଉ କରୁଛି। ଯେଉଁମାନଙ୍କ ଘରେ ଏହି ଚଢ଼ାଉ ଚାଲିଛି, ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏମାନେ ସମସ୍ତେ ପ୍ରତିଷ୍ଠିତ ବ୍ୟବସାୟୀ।

ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଶୀତର ପ୍ରକୋପ

ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଶୀତର ପ୍ରକୋପ

ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ମଧ୍ୟ ଶୀତ ପ୍ରକୋପ ଅନୁଭୂତ ହେଉଛି। ଗତରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରହିଥିଲା। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ।

twitter ରେ କେବଳ ବ୍ଲୁ ଟିକ୍ ନୁହେଁ ଗୋଲ୍ଡ, ଗ୍ରେ ଓ ବ୍ଲୁ ଚେକ୍ ମାର୍କ ଭଳି ମିଳିବ ଅନେକ ସୁବିଧା

twitter ରେ କେବଳ ବ୍ଲୁ ଟିକ୍ ନୁହେଁ ଗୋଲ୍ଡ, ଗ୍ରେ ଓ ବ୍ଲୁ ଚେକ୍ ମାର୍କ ଭଳି ମିଳିବ ଅନେକ ସୁବିଧା

ଏଲନ ମସ୍କ ତାଙ୍କ ଟ୍ୱିଟର ବ୍ଲୁ ସର୍ଭିସକୁ ନୂଆ ପରିବର୍ତ୍ତନ ସହ ଦ୍ୱିତୀୟବାର ଲଞ୍ଚ କରିବାକୁ ଯାଉଛନ୍ତି। ଏ ନେଇ ମସ୍କ ଶୁକ୍ରବାର ଏକ ଟ୍ୱିଟ୍‌ କରିଥିବା ବେଳେ ଭେରିଫିକେସନ ଲାଗି କମ୍ପାନୀର ପ୍ରିମିୟମ ସବସ୍କ୍ରିପସନ ସର୍ଭିସ୍ ଟ୍ୱିଟର ବ୍ଲୁକୁ ୨ ଡିସେମ୍ବରରେ ରି ଲଞ୍ଚ କରାଯିବ।

ଦରଦାମ୍ ନିୟନ୍ତ୍ରଣ ଆମ ହାତରେ ନାହିଁ କହି ହାତ ଟେକିଦେଲେ ରିଜର୍ଭ ବ୍ୟାଙ୍କ

ଦରଦାମ୍ ନିୟନ୍ତ୍ରଣ ଆମ ହାତରେ ନାହିଁ କହି ହାତ ଟେକିଦେଲେ ରିଜର୍ଭ ବ୍ୟାଙ୍କ

ଗତକାଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ୍ ଦେବବ୍ରତ ପାତ୍ର ପ୍ରଥମଥର ଲାଗି ତଥ୍ୟର ମାନକୁ ନେଇ ‌ମୁହଁ ଖୋଲିଥିଲେ। ତିନି ମାସ ପୁରୁଣା ତଥ୍ୟକୁ ନେଇ ଆମକୁ କାମ କରିବାକୁ ପଡ଼ୁଛି। ମୁଦ୍ରାନୀତି ନିର୍ଧାରଣ କରିବା ବେଳେ ଆମକୁ ଗୋଟିଏ ଦିଗକୁ ଲକ୍ଷ୍ୟ କରି ଅନ୍ଧାରରେ ବାଡ଼ି ବୁଲାଇବାକୁ ପଡ଼ୁଛି। ପାରଦର୍ଶୀ ମୁଦ୍ରାନୀତି ଲାଗି ଉପଯୁକ୍ତ ତଥ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

ଶିରିଡ଼ି ସାଇବାବା ମନ୍ଦିରକୁ ୩ ବର୍ଷର ଆୟକର ଟିକସ ଛାଡ଼କଲେ ସୁପ୍ରିମକୋର୍ଟ

ଶିରିଡ଼ି ସାଇବାବା ମନ୍ଦିରକୁ ୩ ବର୍ଷର ଆୟକର ଟିକସ ଛାଡ଼କଲେ ସୁପ୍ରିମକୋର୍ଟ

‘ଶ୍ରୀ ସାଇବାବା ଟେମ୍ପଲ୍‌ ଟ୍ରଷ୍ଟ୍‌ ଅଫ୍ ଶିରିଡ଼ି’ ଉପରୁ ଗତ ୩ ବର୍ଷ ପାଇଁ ଆୟକର ବାବଦକୁ ଦେବାକୁ ଥିବା ୧୭୫ କୋଟି ଟଙ୍କା ଛାଡ଼ କରାଯାଇଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମ‌ାନେ କହିଛନ୍ତି।

ପଛକୁ ପଛ ୨ଟି ଲଘୁଚାପ ! ଦକ୍ଷିଣ ଓଡ଼ିଶାରେ ସାମାନ୍ଯ ବର୍ଷା ସମ୍ଭାବନା

ପଛକୁ ପଛ ୨ଟି ଲଘୁଚାପ ! ଦକ୍ଷିଣ ଓଡ଼ିଶାରେ ସାମାନ୍ଯ ବର୍ଷା ସମ୍ଭାବନା

ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ ପୂର୍ବାନୁମାନ କରିଛନ୍ତି, ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବ । ତେବେ ଏହା ପ୍ରଭାବହୀନ ରହିବ । ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତ ସହାୟତା ପାଇବେ ହିତାଧିକାରୀ

ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତ ସହାୟତା ପାଇବେ ହିତାଧିକାରୀ

ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗୋଟିଏ ଦିନରେ ଏକାଥରକେ ୯ଟି ସାଟେଲାଇଟ୍ ଉତକ୍ଷେପଣ କରିବ ଇସ୍ରୋ

ଗୋଟିଏ ଦିନରେ ଏକାଥରକେ ୯ଟି ସାଟେଲାଇଟ୍ ଉତକ୍ଷେପଣ କରିବ ଇସ୍ରୋ

ପୁଣି ଇତିହାସ ରଚିବ ଇସ୍ରୋ । ଆଜି ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୯ଟି ସାଟେଲାଇଟ୍ ର ଉତକ୍ଷେପଣ ହେବ । ଏହା ମଧ୍ୟରେ ଓଶନସୈଟ୍ ୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି ।

>