EnewsOdia.Com

କୋର୍ଟ ଭିତରକୁ ମନା ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

ଆଉ ଚଳିବନି ସରକାରୀ ବାବୁଙ୍କ ରଙ୍ଗରଙ୍ଗିଆ ବେଶଭୂଷା। ଜିନ୍ସ ପ୍ୟାଣ୍ଟ, ଟି-ସାର୍ଟ ହେଉ କି ଅଲଗା ଷ୍ଟାଇଲ୍‌ୱାଲା ଡ୍ରେସ୍। ହାଇକୋର୍ଟରେ ହାଜିରାବେଳେ ଡ୍ରେସ୍ ସେନ୍ସ ରଖିବେ ସରକାରୀ କର୍ମଚାରୀ। ବ୍ୟକ୍ତିଗତ ହେଉ କି ଆନୁଷ୍ଠାନିକ ଭାବେ ହାଜିରା ହେଉ। ଶାଳୀନତା ରକ୍ଷା କରୁଥିବା ପୋଷାକ ପିନ୍ଧି ଉପସ୍ଥିତ ରହିବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଆଡ୍‌ଭୋକେଟ୍ ଜେନେରାଲ୍‌ଙ୍କ ପକ୍ଷରୁ କଡ଼ା ଚିଠି କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ମାମଲାର ପରିଚାଳନା ସମୟରେ ଉପସ୍ଥିତ ତଥା ପକ୍ଷଭୁକ୍ତ ସରକାରୀ ଅଧିକାରୀମାନେ ବେଶପୋଷାକରେ ଶାଳୀନତା ରକ୍ଷା କରୁନାହାଁନ୍ତି। ଫଳରେ ମାମଲା ପରିଚାଳନା ସମୟରେ ସମସ୍ୟା ଉପୁଜୁଛି। ଯାହାକୁ ଗୁରୁତ୍ୱର ସହ ନେଇଛନ୍ତି କୋର୍ଟ। ତେଣୁ ଏଭଳି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବେଶପୋଷାକ ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ବିଭାଗର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ କହିଛି ଏଜିଙ୍କ କାର୍ଯ୍ୟାଳୟ।

କେବଳ ଡ୍ରେସକୋଡ୍ ନୁହେଁ, ସଠିକ୍ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଫିଡେଭିଟ୍ କିମ୍ବା କାଉଣ୍ଟର ଆଫିଡେଭିଟ୍ ଦାଖଲ କରୁନାହାଁନ୍ତି ସରକାରୀ ଅଧିକାରୀ। ଫଳରେ ମାମଲାଗୁଡ଼ିକର ବିଚାର କରିବାରେ ଅଯଥାରେ ବିଳମ୍ବ ଦେଖାଦେଉଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଡଭୋକେଟ୍ ଜେନେରାଲ୍। ତେଣୁ ଏହି କ୍ଷେତ୍ରରେ ମଧ୍ୟ ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କହିଛି ଆଡଭୋକେଟ୍ ଜେନେରାଲ୍‌ଙ୍କ କାର୍ଯ୍ୟାଳୟ। ଚିଠି ପରେ ପ୍ରଥମ ପଦକ୍ଷେପ ସ୍ୱରୂପ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଅବକାରୀ ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ପଢନ୍ତୁ: ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ହଲରେ ବସିଲେ ଛାତ୍ରଛାତ୍ରୀ

ସମ୍ବନ୍ଧିତ ଖବର

ଗୁଟ୍‌ଖା ନିଷେଧକୁ ୭ ବର୍ଷ: ଗଳାବାଟରେ ମାଲାମାଲ୍ ଗୁଟ୍‌ଖା କମ୍ପାନି

Ratnamani Maharana

ସରକାରଙ୍କ ନୂଆ ଯୋଜନା, ଶିଶୁ କନ୍ୟା ଜନ୍ମ ହାର ବୃଦ୍ଧି ଓ କନ୍ୟା ସନ୍ତାନଙ୍କ ସୁରକ୍ଷା

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

୧ରୁ ଏକକ ଷାଣ୍ମାସିକ ପରୀକ୍ଷା, ଦୁଇଟି ସିଟିଂରେ ହେବ ପ୍ରଥମରୁ ୮ମ ଶ୍ରେଣୀ ପରୀକ୍ଷା

Ratnamani Maharana

ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ହଲରେ ବସିଲେ ଛାତ୍ରଛାତ୍ରୀ

Ratnamani Maharana