News

ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା

G 2

ବଦଳିବ ଯୁକ୍ତ ତିନି  ପରୀକ୍ଷା ଢାଞ୍ଚା । ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ ମଲ୍ଟି ପ୍ୟାଟର୍ଣ୍ଣ କୋଶ୍ଚିନ୍ । ଚଳିତ ବର୍ଷଠାରୁ ନୂଆ ସିଲାବସ୍ ଲାଗୁ କରିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏଣିକି ୧, ୨, ୩ ଓ ୫ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ । ଯୁକ୍ତ ତିନି ପରୀକ୍ଷାରେ ପ୍ରଥମ ବର୍ଷରେ ଆଡମିଶନ୍ ନେଇଥିବା ଛାତ୍ରଛାତ୍ରୀଙ୍କଠାରୁ ଏହି ସଂସ୍କାରମୂଳକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ପରେ ହିଁ ନୂଆ ଢାଞ୍ଚାରେ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷା  ଲାଗି ପ୍ରସ୍ତୁତ କରାଇବା ହେଉଛି ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରଶାସନିକ ପରୀକ୍ଷା କ୍ଷେତ୍ରରେ ଓଡିଆ ଛାତ୍ରଛାତ୍ରୀମାନେ ବହୁ ପଛରେ ରହୁଛନ୍ତି ଏହି ସ୍ଥିତିରେ ସୁଧାର ଆଣିବା ଲାଗି ଚଳିତ ବର୍ଷ ଠାରୁ ଲଜିକାଲ୍ ରିଜନିଂ  ଓ କ୍ୱାଣ୍ଟିଟେଟିଭ୍ ଆପ୍‌ଟିଚ୍ୟୁଡ୍‌ ଏବଂ ଇଂରାଜୀ ବିଷୟ ଛାତ୍ରଛାତ୍ରୀଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। ଉଭୟ ବିଷୟ ୧୦୦ ମାର୍କ ଲେଖାଏଁ ରହିବ । ଫଳରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି କଲେଜ୍ ସ୍ତରରୁ ହିଁ ଶିକ୍ଷା ପାଇପାରିବେ। ପ୍ରଥମ ବର୍ଷରେ ପାଦ ଦେଇଥିବା ଛାତ୍ରଛାତ୍ରୀ ସିଲାବସ୍ ଓ ପରୀକ୍ଷା ସଂସ୍କାରକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

Related posts

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ENO Beuro

Linking Aadhaar To Government Schemes Will Extended The Deadline Till December 31

ENO Beuro

Leave a Comment