EnewsOdia.Com

ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’

 ଆପଣ କ୍ରାଇମ୍‌ବ୍ରାଞ୍ଚ ଅଧିନରେ ଥିବା ‘କେ-୯ ସ୍କ୍ବାଡ୍‌’ରେ ଲାବ୍ରୋଡର‌୍‌ ପ୍ରଜାତିର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’ ବିଷୟରେ ଜାଣିଛନ୍ତି କି? ଯିଏ ରାଜ୍ୟ ପୁଲିସ ବିଭାଗରେ ଗଣିତ କଷି ସବୁଠାରୁ ଚର୍ଚ୍ଚିତ ହୋଇଥିଲା। ଯଦି ଜାଣିନାହାନ୍ତି ତେବେ ଜାଣିରଖନ୍ତୁ କି କାଜଲ ଏବେ ଓଡିଶା ପୋଲିସର ଆଶାବାଡି ପାଲଟିଯାଇଛି ।  ଏଣିକି ନକ୍ସଲ ବ୍ୟବହାର କରୁଥିବା ପାଖାପାଖି ୫ ହଜାର ପ୍ରକାର ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବା ପାଇଁ ତାକୁ ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଛି ।

ହରିଆନାର ମାନେସରରେ ଥିବା ଏନ୍‌ଏସ୍‌ଜି(ନ୍ୟାସ୍‌ନାଲ ସିକ୍ୟୁରିଟି ଗାର୍ଡ) କ୍ୟାମ୍ପ୍‌ରେ ତାକୁ ୧୦ ଦିନିଆ ଅତ୍ୟାଧୁନିକ ତାଲିମ ଦିଆଯାଇଛି । ଓଡ଼ିଶାରେ ନକ୍ସଲ ଦମନ କ୍ଷେତ୍ରରେ ଏଣିକି କାଜଲ ଯବାନଙ୍କୁ ଅଧିକ ସହଯୋଗ କରିପାରିବ । ମାଟିତଳେ ନକ୍ସଲ ବ୍ୟବହାର କରୁଥିବା ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀର ବାସ୍ନା ବାରି ଚିହ୍ନଟ କରିବାରେ ପୁଲିସ ବିଭାଗକୁ ଯେଉଁ ସମସ୍ୟା ହେଉଥିଲା, କାଜଲ ତାଲିମ ନେଲା ପରେ ସେଥିରେ ଅଧିକ ସହଯୋଗ କରିପାରିବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, କ୍ରାଇମ୍‌ବ୍ରାଞ୍ଚ ଅଧିନରେ ଥିବା ‘କେ-୯ ସ୍କ୍ବାଡ୍‌’ରେ ଲାବ୍ରୋଡର‌୍‌ ପ୍ରଜାତିର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’ ୨୦୧୭ ଜୁଲାଇରେ ଯୋଗ ଦେଇଥିଲା । ମଧ୍ୟପ୍ରଦେଶର ଗ୍ବାଲିୟରରେ ୬ ମାସ ବିସ୍ଫୋରକ ସାମଗ୍ରୀ ’ଠାବ ସ˚କ୍ରାନ୍ତରେ ତାକୁ ପ୍ରାଥମିକ ତାଲିମ ଦିଆଯାଇଥିଲା । ଏବେ ଅତ୍ୟାଧୁନିକ ଗୋଳାବାରୁଦ ନକ୍ସଲ ବ୍ୟବହାର କରୁଥିବାରୁ କାଜଲକୁ ଅଧିକ ତାଲିମ୍‌ ପାଇଁ ହରିଆନାର ମାନେସରରେ ଥିବା ଏନ୍‌ଏସ୍‌ଜି କ୍ୟାମ୍ପ୍‌ରେ ତାଲିମ୍‌ ଦିଆଯିବା ପାଇଁ ନିଆଯାଇଥିଲା ।

ପଢନ୍ତୁ: ନା ମିଳୁଛି ମଣିଷଙ୍କ ମୃତଦେହ, ନା ଠିକ୍‌ରେ ପଢ଼ିପାରୁଛନ୍ତି ଶରୀର ବିଜ୍ଞାନ ପାଠ

ସମ୍ବନ୍ଧିତ ଖବର

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

ରାଜଧାନୀରେ ବିରଳ ଧଳା ଭାଲୁ ଛୁଆ ଉଦ୍ଧାର

Ratnamani Maharana

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

Ratnamani Maharana

ଘନ କୁହୁଡ଼ି ସହ ଥରାଉଛି ଶୀତ

Ratnamani Maharana

ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

Ratnamani Maharana