'ରମି' ଆପର ପ୍ରମୋସନ କରି ଅଡୁଆରେ କ୍ରିକେଟର ସଚିନ ତେନ୍ଦୁଲକର
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
Loading...
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ଆଜି ସକାଳ ୭ଟାରୁ ଭୋଟ ଭୋଟଗ୍ରହଣ ଆରମ୍ଭ ହୋଇଥିଲା ।
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ଆଜି ସକାଳ ୭ଟାରୁ ଭୋଟ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ୫ବର୍ଷ ପରେ ପଂଚାୟତ ପାଇଁ ଭୋଟିଂ ହେଉଥିବାରୁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବୁଥ ଆଗରେ ଭୋଟ ଦେବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମେ ସରପଂଚ, ତାପରେ ଓ୍ୱାର୍ଡମେମ୍ବର, ଏହା ପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପରରେ ଭୋଟ୍ ଦିଆଯାଇଥିଲା ।ପ୍ରଥମ ପର୍ଯ୍ୟାୟରେ ୨ଶହ ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି । ସେହିପରି ୨୨ ହଜାର ୩୭୯ ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ହୋଇଛି । ଆଜି ଦିନ ଗୋଟାଏରେ ଭୋଟ ଗ୍ରହଣ ଶେଷ ହୋଇଥିଲେ ମଧ୍ୟ ଯେଉଁ ଭୋଟରମାନେ ମତଦାନ କେନ୍ଦ୍ର ପରିସରରେ ଅଛନ୍ତି, ସେମାନେ ଭୋଟ ଦେଇପାରିବେ । ମତଦାନ ସରିବା ପରେ ବ୍ଲକ ହେଡକ୍ୱାଟରର ଷ୍ଟ୍ରଙ୍ଗ ରୁମରେ ରହିବ ବାଲଟ ବକ୍ସ । ସବୁ ପପର୍ଯ୍ୟାୟ ଭୋଟ ସରିଲେ ୨୬ ତାରିଖରୁ ଭୋଟ ଗଣତି ହେବ ।
ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁଠି ନିର୍ବାଚନୀ ହିଂସା ତ କେଉଁଠି ବାଲାଟ ପେପର ନେଇଯାଉଛନ୍ତି ଦେଖିବାକୁ ମିଳିଛି । ପୁରୀ ବ୍ରହ୍ମଗିରି କାଶିଝରିଆ ଗାଁର ୯ ନମ୍ବର ବୁଥରୁ ବାଲଟ ବାକ୍ସ ଉଠାଇ ନେଇ ଦୁର୍ବୃତ୍ତ ଫେରାର । ସେହିପରି ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଛି । ବାଲଟ ପେପର ଓ ମୋହର ନେଇ ଯାଇଛନ୍ତି ଗଣ୍ଡଗୋଳକାରୀ ।
ଅନ୍ୟପଟେ କଟକ ସଦର ଯଶପଡ଼ାରେ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମତଦାନ ସ୍ଥଗିତ ରହିଛି । ବରଗଡ଼ ଗୋବିନ୍ଦପୁରର ମଧ୍ୟ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସ୍ଥଗିତ ରହିଛି ମତଦାନ ।
Shakespeare, in the beautiful garden, among the party. Some of the hall: in fact she was ever to.
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
ଆପଲ୍ର ନୂଆ ଆଇଫୋନ୍-୧୫ ପ୍ରୋ ସିରିଜ୍ରେ ତାତି ସମସ୍ୟା ଦେକାଦେଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଇନ୍ଷ୍ଟାଗ୍ରାମ୍, ଉବର୍ ଭଳି ଆପ୍ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି।
ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିନଥିବାରୁ ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି) ଭୁବନେଶ୍ବର-କଟକ ପୁଲିସ କମିସନରଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି।