News

ରାଗିଂରେ ଓଡ଼ିଶା ୬ ନମ୍ବର ,୧ ନମ୍ବରରେ ୟୁପି

ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ରାଗିଂ। ୨୦୧୭ ମସିହାରେ ଓଡ଼ିଶାରୁ ୪୬ଟି ରାଗିଂ ସମ୍ପର୍କିତ ମାମଲା ୟୁଜିସି ନିକଟକୁ ଯାଇଛି। ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ରହିଛି।

ସେହିପରି ୨୦୧୫ରେ ଓଡ଼ିଶାରୁ ୩୦ ର଼୍ୟାଗିଙ୍ଗ ଅଭିଯୋଗ ୟୁଜିସିଙ୍କ ପାଖରେ ପହଞ୍ଚି ଥିବାବେଳେ ୨୦୧୬ରେ ୨୮ ଅଭିଯୋଗ ଥିଲା। ପୂର୍ବ ତୁଳନାରେ ଓଡ଼ିଶାରେ ର଼୍ୟାଗିଙ୍ଗ ବଢୁଥିବା ନେଇ ମନ୍ତ୍ରଣାଳୟ ରିପୋର୍ଟ ପ୍ରକାଶ କରିଛି। କିନ୍ତୁ ଏହାକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଅସ୍ବୀକାର କରିଛନ୍ତି।

୨୦୧୭ରେ ଉତ୍ତର ପ୍ରଦେଶରୁ ସର୍ବାଧିକ ର଼୍ୟାଗିଙ୍ଗ ଅଭିଯୋଗ ୟୁଜିସିଙ୍କ ନିକଟକୁ ଆସିଛି। ଏହି ରାଜ୍ୟରୁ ମୋଟ ୧୪୩ ର଼୍ୟାଗିଙ୍ଗ ଅଭିଯୋଗ ଆସିଥିବାବେଳେ ଏହା ଦେଶରେ ର଼୍ୟାଗିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି। ଦ୍ୱିତୀୟରେ ମଧ୍ୟପ୍ରଦେଶ ରହିଛି। ଏଠାରୁ ୧୦୦ଟି ର଼୍ୟାଗିଙ୍ଗ ଅଭିଯୋଗ ଆସିଛି। ସେହିଭଳି ତୃତୀୟରେ ପଶ୍ଚିମବଙ୍ଗ(୯୯), ୪ର୍ଥରେ ବିହାର(୫୩), ୫ମରେ କର୍ନାଟକ (୪୯) ଏବଂ ୬ଷ୍ଠରେ ଓଡ଼ିଶା ଓ ମହାରାଷ୍ଟ୍ର ରହିଛନ୍ତି।

ସେପଟେ ଏହି ତଥ୍ୟ ଆସିବା ପରେ ଶିକ୍ଷାବର୍ଷ ଆରମ୍ଭରୁ ରାଗିଂକୁ ନେଇ ସତର୍କତା ଅବଲମ୍ବନ କଲେଣି ବିଭିନ୍ନ ଶିକ୍ଷାନୁଷ୍ଠାନ। ସେଥିପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ବିଭାଗ ଓ ହଷ୍ଟେଲ୍‌ ଗୁଡିକରେ ‘ନୋ ରାଗିଂ’ ପୋଷ୍ଟର୍‌ ଲଗା ଯାଇଛି। ଯେଉଁଥିରେ ଏମ୍ଏଚ୍ଆର୍‌ଡି ଓ ୟୁଜିସିର ଦଣ୍ଡବିଧି ସମ୍ପର୍କରେ ଉଲ୍ଲେଖ ରହିଛି।

ପଢନ୍ତୁ; ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ

Related posts

ଏସ୍‌ସିବିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପାଥୋଲୋଜି ଲ୍ୟାବ୍‌

ENO Beuro

ମିଥୁନଙ୍କ ପୁଅଙ୍କ ବିରୋଧରେ ବଳତ୍କାର ଅଭିଯୋଗ

ENO Beuro

ଭାରତକୁ ଫେରିବାକୁ ଚାହୁଁଛନ୍ତି ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ “ଦାଉଦ୍‌ ଇବ୍ରାହିମ୍‌”

ENO Beuro

1 comment

Leave a Comment