Loading...

ସଫଳ ହେବ ନବୀନଙ୍କ ଜାପାନ ଗସ୍ତ, ୨୬ ହଜାର କୋଟିର ପୁଞ୍ଜିନିବେଶ କରିବ ଜାପାନ

ସଫଳ ହେବ ନବୀନଙ୍କ ଜାପାନ ଗସ୍ତ, ୨୬ ହଜାର କୋଟିର ପୁଞ୍ଜିନିବେଶ କରିବ ଜାପାନ

ଫଳ ହେବ ନବୀନଙ୍କ ଜାପାନ ଗସ୍ତ। ଜାପାନରୁ ଆସିଲା ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ।

ସଫଳ ହେବ ନବୀନଙ୍କ ଜାପାନ ଗସ୍ତ। ଜାପାନରୁ ଆସିଲା ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଓଡି଼ଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଜାପାନୀ ନିବେଶକ । ରାଜ୍ୟର ଲଜିଷ୍ଟିକ୍ସ, ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଗ୍ରୀନ ଏନର୍ଜି ଉପକରଣ ଉତ୍ପାଦନ, ଆଇଟି କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ କରିବାକୁ ଜାପାନର ନିବେଶକମାନେ ଆଗ୍ରହ ଦେଖାଇଛନ୍ତି । ଜାପାନ ରାଜଧାନୀ ଟୋକିଓରେ ଓଡ଼ିଶା ବିଜନେସ ମିଟ ଅବସରରେ ନିହୋନ-ଉତ୍କଳ ଓ ଆଇଆଇଆଇଟି ଭୁବନେଶ୍ବର ମଧ୍ୟରେ ଦକ୍ଷତା ବିକାଶକୁ ନେଇ ଏମଓୟୁ ସ୍ବାକ୍ଷର ହୋଇଛି ।

ସୂଚନାନୁସାରେ, ଜାପାନ ବୈଦେଶିକ ବାଣିଜ୍ୟ ସଂଗଠନ ଓ ଫିକି ସହଯୋଗରେ ରାଜ୍ୟ ସରକାର ଆୟୋଜନ କରିଥିବା ଏହି ବିଜ୍‌ନେସ୍‌ ମିଟ୍‌ରେ ୨୦୦ରୁ ଅଧିକ ନିବେଶକ ଓ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଶିଳ୍ପାୟନ ପାଇଁ ନିବେଶକମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ସର୍ବଦା ପ୍ରସ୍ତୁତ ରହିଛନ୍ତି ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସାଂସ୍କୃତିକ ଇତିହାସର ସୁରକ୍ଷା ଲାଗି ମଧ୍ୟ ଆମେ ବେଶ ଯତ୍ନବାନ। ବୌଦ୍ଧ ପୀଠଗୁଡ଼ିକର ପୁନରୁଦ୍ଧାର କରାଯାଉଛି। ଧଉଳି, ଉଦୟଗିରି, ରତ୍ନଗିରି ଓ ଲଳିତଗିରିର ରୂପାନ୍ତରଣକୁ ନେଇ ମୁଁ ବେଶ ଖୁସି ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଜାପାନବାସୀଙ୍କୁ ଓଡ଼ିଶା ବୁଲିବାକୁ ଆସିବାକୁ ଆମନ୍ତ୍ରଣ କରିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.