News

ଇଣ୍ଡିଆନ୍‌ ଆଇଡଲ୍‌ ଟପ୍‌-୧୪ରେ ବିଶ୍ୱଜିତ୍‌

ଭବାନୀପାଟଣାର ଯୁବ ତଥା ଉଦୀୟମାନ କଣ୍ଠଶିଳ୍ପୀ ବିଶ୍ଵଜିତ ମହାପାତ୍ର ଇଣ୍ଡିଆନ୍‌ ଆଇଡଲ୍‌ ୧୦ ର ଟପ-୧୪ରେ ପହ୍ନଚିଛନ୍ତି। ଆଗକୁ ସେ ଗାଲା ରାଉଣ୍ଡରେ ଅନ୍ୟ ପ୍ରତିଯୋଗୀଙ୍କ ସହ ସାମିଲ ହେବେ। ହିନ୍ଦୀ ଫିଲ୍ମ ‘ଦମ୍‌ ମାରୋ ଦମ୍‌’ର ରୋମାଣ୍ଟିକ୍‌ ଗୀତ ‘ଟି ଆମୋ’ ଗାଇ ସେ ସମସ୍ତଙ୍କୁ ଚକିତ କରିଥିଲେ। ଶୋ’ର ବିଚାରକ ତଥା ସଙ୍ଗୀତଜ୍ଞ ଅନୁ ମଲ୍ଲିକ, କଣ୍ଠଶିଳ୍ପୀ ନେହା କକ୍କର ଓ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଡାଡଲାନୀ ବିଶ୍ୱଜିତ୍‌ଙ୍କ କଣ୍ଠସ୍ବର ଏବଂ ତାଙ୍କ କଠିନ ପରିଶ୍ରମର ଭରପୂର ପ୍ରଶଂସା କରିଛନ୍ତି। ଏଥିସହ ସେ ବିଶାଲ ଡାଡଲାନୀଙ୍କ ରେକର୍ଡିଂ ଷ୍ଟୁଡିଓ ପରିଦର୍ଶନ କରିବାର ସୁଯୋଗ ମଧ୍ୟ ପାଇଥିଲେ।

ବିଶ୍ୱଜିତ୍‌ ଅଡିଶନ ରାଉଣ୍ଡରେ ‘ବଡିଗାର୍ଡ’ ଫିଲ୍ମର ‘ଆଇ ଲଭ୍‌ ୟୁ’ ଗୀତ ଗାଇଥିବା ବେଳେ ବିଚାରକମାନେ ତାଙ୍କ ଗୀତର ଭରପୂର ମଜା ନେଉଥିବା ଦେଖିବାକୁ ମିଳିଥିଲା।

ଏକାଧିକ ଓଡ଼ିଆ ଫିଲ୍ମ ଏବଂ ସୋଲୋ ଆଲବମ୍‌ରେ କଣ୍ଠଦାନ କରିଥିବା ବିଶ୍ୱଜିତ୍‌ ପୂର୍ବରୁ ମଧ୍ୟ ଏହି ମଞ୍ଚରେ ନିଜ ପ୍ରତିଭା ଦେଖାଇଥିଲେ। ଟପ୍‌-୪୦ରେ ସ୍ଥାନ ପାଇବା ସହ ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ ଓଡ଼ିଆ ଗୀତ ‘ପୁଚୁକି ଗାଲି ଫେଶନବାଲି’ ଗାଇ ବିଚାରକ ତଥା କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ହୃଦୟ ଜିତିଥିଲେ।

ପଢନ୍ତୁ; ଆଜି ରସଗୋଲା ଦିବସ,ମହାପ୍ରଭୁଙ୍କୁ ଲାଗିବ ରସଗୋଲା ଭୋଗ

Related posts

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକ

Ratnamani Moharana

ଏଥର ବିଳମ୍ବରେ ଆସିବ, କମ ବର୍ଷିବ ମୌସୁମୀ

Ratnamani Moharana

କାରରେ ବାଧ୍ୟତାମୂଳକ ହେବ ଉନ୍ନତ ସୁରକ୍ଷା ସୁବିଧା – କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ

ENO Beuro

1 comment

Leave a Comment