Loading...

ଦିଲ୍ଲୀ ରାଜପଥରେ ଗଡିବନି ଓଡିଶାର ପ୍ରଜ୍ଞାପନ ମେଢ

ଦିଲ୍ଲୀ ରାଜପଥରେ ଗଡିବନି ଓଡିଶାର ପ୍ରଜ୍ଞାପନ ମେଢ

6 ଦିନ ପରେ ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ କିନ୍ତୁ ଚଳିତ ବର୍ଷ ଦିଲ୍ଲୀ ରାଜପଥ ପରେଡରେ ଶୋଭା ପାଇବନି ଓଡିଶାର ପ୍ରଜ୍ଞାପନ ମେଡ ।

6 ଦିନ ପରେ ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ କିନ୍ତୁ ଚଳିତ ବର୍ଷ ଦିଲ୍ଲୀ ରାଜପଥ ପରେଡରେ ଶୋଭା ପାଇବନି ଓଡିଶାର ପ୍ରଜ୍ଞାପନ ମେଡ । ରାଜ୍ୟ ପକ୍ଷରୁ କେନ୍ଦ୍ରୀୟ ଚୟନ କମିଟିକୁ ୫ଟି ଡିଜାଇନ ପଠାଯାଇଥିଲା  ହେଲେ, ଓଡିଶାର ସମସ୍ତ ଡିଜାଇନକୁ କେନ୍ଦ୍ର ଚୟନ କମିଟି କାଟି ଦେଇଛନ୍ତି । ଓଡିଶା ଭଳି ତାମିଲନାଡୁ, ପଶ୍ଚିମବଙ୍ଗ ଓ କେରଳ ପକ୍ଷରୁ ଦିଆଯାଇଥିବା ଡିଜାଇନ ବି କାଟ୍ ଖାଇଯାଇଛି । ତେବେ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି କିନ୍ତୁ ଓଡିଶା ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିବାଦ କରାଯାଇ ନାହିଁ , ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

 

୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବା ପାଇଁ ଓଡ଼ିଶା ପକ୍ଷରୁ ଦିଆଯାଇଥିଲା ୫ଟି ଡିଜାଇନ୍ । ସେଥିରେ ଥିଲା ୧୮୧୭ ମସିହାର ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ, ସ୍ୱାଧୀନତା ସଂଗ୍ରାମରେ ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ସଂଘର୍ଷର କାହାଣୀ, ରାଜ୍ୟରେ ହକି ଭିତ୍ତିଭୂମି ଓ ହକି ବିକାଶରେ ଓଡ଼ିଶାର ଅବଦାନ ଭଳି ଗୌରବ ଗାଥା । ଏହି ସବୁ ଭିତରୁ ପ୍ରଥମ ରାଉଣ୍ଡରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ ମଡେଲକୁ ପସନ୍ଦ କରିଥିଲେ ଚୟନ କମିଟି । ତିନି ରାଉଣ୍ଡ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲିଥିଲା, ହେଲେ ଚତୁର୍ଥ ରାଉଣ୍ଡରେ ଏହା କାଟ ଖାଇ ଯାଇଥିଲା । କାଟ ଖାଇବା ପଛରେ ସେପରି ବଡ଼ କାରଣ ଦର୍ଶାନଥିବାରୁ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.