EnewsOdia.Com

ନୋବେଲ୍‌ ବିଜେତାଙ୍କ ‘ଜେ-ପାଲ୍‌’ର ଅଂଶୀଦାର ହେବ ଓଡ଼ିଶା

ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀ ଏବଂ ଇସ୍‌ଥର୍‌ ଡଫ୍‌ଲୋଙ୍କ ସହ-ସଂସ୍ଥାପିତ ‘ଅବ୍‌ଦୁଲ୍‌ ଲତିଫ୍‌ ଜମୀଲ୍‌ ପଭର୍ଟି ଆକ୍‌ସନ୍‌ ଲ୍ୟାବ୍‌’ର ଅଂଶୀଦାର ହେବାକୁ ବାହାରିଛି ଓଡ଼ିଶା। ନୀତି ଗଠନ ମାଧ୍ୟମରେ ଦରିଦ୍ରରୁ ଦରିଦ୍ରତମ ଏବଂ ପରୀକ୍ଷାମୂଳକ ଗବେଷଣାଭିତ୍ତିକ ମୂଲ୍ୟାୟନ ସମେତ କେତେକ ସାମାଜିକ କ୍ଷେତ୍ରରେ କରାଯାଇଥିବା ହସ୍ତକ୍ଷେପ ନିମନ୍ତେ ‘ଜେ-ପାଲ୍‌’ ଗଠିତ ହୋଇଛି।ବାନାର୍ଜୀ-ଡଫ୍‌ଲୋ ଦ୍ୱୟ ଆଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଭାବେ ଜଣାଶୁଣା ‘ସ୍ୱେର୍ଗିଜ୍‌ ରିକ୍ସବ୍ୟାଙ୍କ୍‌ ପ୍ରାଇଜ୍‌ ଇନ୍‌ ଇକୋନମିକ୍‌ ସାଇନ୍‌ସେସ୍‌’ ପ୍ରଦତ୍ତ ହେବା ପରେ ଗୋଟାଏ ଭାରତୀୟ ରାଜ୍ୟ ସହ ଏହା ହେଉଛି ‘ଜେ-ପାଲ୍‌’ ସହ ପ୍ରଥମ ବ୍ୟାପକ ଅଂଶୀଦାରୀ।

ଦରିଦ୍ରରୁ ଦରିଦ୍ରତମ ଏବଂ ମହିଳ ଏବଂ ପୋଷକତତ୍ତ୍ୱର ଉନ୍ନତି ନମନ୍ତେ ଜେ-ପାଲ୍‌ କେବିକେ ଅଞ୍ଚଳ ସମେତ ଓଡ଼ିଶାର ଅନ୍ୟୂନ ୮ଟି ଜିଲ୍ଲାରେ କାମ କରିବାକୁ ଯାଉଛି। ଅକ୍ଟୋବର ୩୧ ତାରିଖ ଦିନ ରାଜ୍ୟ ସରକାର ଏବଂ ଜେ-ପାଲ୍‌ଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ। ଏଥିରେ ଲ୍ୟାବ୍‌ର ଦକ୍ଷିଣ ଏସିଆ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀ ଇକ୍‌ବାଲ୍‌ ସିଂହ ଢାଲିଓ୍ଵାଲ୍‌ ଏବଂ ଶୋଭିନୀ ମୁଖାର୍ଜୀ ଉପସ୍ଥିତ ରହିବେ।

ପଢନ୍ତୁ: ଭୀମସାରରେ ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅ‌ନ୍ୟ ୧୨ ଜଣଙ୍କ ଅସ୍ତ୍ରୋପଚାର

ସମ୍ବନ୍ଧିତ ଖବର

ଆଜି ମହାରାଷ୍ଟ୍ର ମହାନାଟକରେ ପଡ଼ିପାରେ ଯବନିକା

Ratnamani Maharana

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

Ratnamani Maharana

ପାକିସ୍ତାନୀ ରାଜନେତା ଓ ସସ୍ମିତ୍ ପାତ୍ରଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ

Ratnamani Maharana

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana