News

ଅଧା ଓଡିଶାରେ ଆଜି ଢାଳିବ,୧୬ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପାରେ

rain

ଅବପାତ ରୂପ ନେଲା ଲଘୁଚାପ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ଆଜି ଅବପାତ ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସମୟରେ ବଜ୍ରପାତ ହେବା ସହିତ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ୧୬ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡା, ବଲାଙ୍ଗୀର, ଗଞ୍ଜାମ, ଗଜପତି, ପୁରୀ, ନୂଆପଡା, ନବରଙ୍ଗପୁର, ସମ୍ବଲପୁର, ବାଲେଶ୍ବର, କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି।

rain

ଆଗାମୀ ୪୮ ଘଣ୍ଟା ପରେ ବର୍ଷାର ମାତ୍ରା କମିଯିବ। କିନ୍ତୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ୫ରୁ ୭ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ନାୟକ କହିଛନ୍ତି। ଅନ୍ୟପଟେ ରବିବାର ସନ୍ଧ୍ୟା ସୁଦ୍ଧା କୋରାପୁଟ ଜିଲାରେ ସର୍ବାଧିକ ୨୭ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି। ବଲେଶ୍ୱରରେ ୧୨ମିମି, ପୁରୀରେ ୧୦ମିମି, ହୀରାକୁଦରେ ୧୦ମିମି, ବଲାଙ୍ଗୀରରେ ୮.୪ମିମି ଏବଂ ଅନୁଗୋଳରେ ୭ ମିମି ରେକର୍ଡ କରାଯାଇଛି।

ପଢନ୍ତୁ;ସ୍କୁଲ ବହିରେ ସ୍ଥାନ ପାଇବ ବାଜପେୟୀଙ୍କ ଜୀବନୀ

Related posts

ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆନିମେଟେଡ୍‌ ତ୍ରିକୋଣାସନ ଭିଡିଓ ଭାଇରାଲ

Ratnamani Moharana

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ

Ratnamani Moharana

ଟ୍ରମ୍ପ ଟାଓ୍ଵାରରେ ଅଗ୍ନିକାଣ୍ଡ,୨ ଗୁରୁତର ଆହତ

ENO Beuro

Leave a Comment