EnewsOdia.Com

କାଲିଠୁ ୮ ଯାଏ ଲାଗି ରହିବ ବର୍ଷା

ରାଜ୍ୟରେ କାଲିଠୁ ପୁଣି ଆରମ୍ଭ ହେବ ଅଦିନିଆ ବର୍ଷା। ଆସନ୍ତାକାଲିଠୁ ୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଅନୁଭୂତ ହେବନି। ବର୍ତ୍ତମାନ ରାଜ୍ୟକୁ ଉତ୍ତରା-ପଶ୍ଚିମା ପବନ ବହୁଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ପବନର ଦିଗ ବଦଳିବ। ବଙ୍ଗୋପସାଗର ପବନ ରାଜ୍ୟକୁ ବହିବ। ପାଗରେ ପରିବର୍ତ୍ତନ ହେବ।

୯ରୁ ଭୁବନେଶ୍ବରରେ ପାଗ ବଦଳିବା ସହ ତାପମାତ୍ରା ବଢ଼ିବ। ୯ରୁ ୧୨ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରି ବଢ଼ିବାର ସମ୍ଭାବନା ଅଛି। ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ। ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୩୫.୨ ତାପମାତ୍ରା ରେକର୍ଡ କରାଯାଇଛି।

ପଢନ୍ତୁ: ଭାରତର ଭିଡ଼ ଦେଖିବା ପରେ ଏବେର ଭିଡ଼ ଦେଖି ଉତ୍ସାହିତ ହେବା କଷ୍ଟକର

ସମ୍ବନ୍ଧିତ ଖବର

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

Ratnamani Maharana

ବଜାରରେ ଏବେ ରସୁଣ ରାଜ୍

Ratnamani Maharana

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana

ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ ହାର

Ratnamani Maharana

ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

Ratnamani Maharana