News

ଆଜିଠୁ ଓଡ଼ିଶା ଟ୍ରାଭେଲ ବଜାର

ହକି ବିଶ୍ଵକପ ପୂର୍ବରୁ ‘ଇ-ଭୀସା’

ଯୋଗଦେବେ ୨୩ଦେଶର ୬୦ ଟୁର ଅପରେଟର

ଆଜିଠୁ ଓଡ଼ିଶା ଟୁରିଜିମ୍‍ ଓ ‘ଫିକି’ ସହଯୋଗିତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର–୨୦୧୮। ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଗା ଇଭେଣ୍ଟ। ଓଡ଼ିଶାର ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ଏବଂ ବ୍ରାଣ୍ଡ ଓଡ଼ିଶାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ‘ଟ୍ରାଭେଲ ବଜାର ୨୦୧୮’ରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ।

odisha

ଏହି ଅନ୍ତର୍ଜାତୀୟ ମେଗା ଟ୍ରାଭେଲ ବଜାରରେ ମୋଟ ୨୩ଟି ରାଷ୍ଟ୍ରରୁ ୬୦ଜଣ ବିଦେଶୀ ଟୁର୍‌ ଅପରେଟରଙ୍କ ସହ ସମଗ୍ର ଦେଶରୁ ୧୬ଜଣ ଆଗଧାଡ଼ିର ଟୁର୍‌ ଅପରେଟର ଯୋଗଦେବେ। ସେମାନେ ପୂର୍ବ ନିର୍ଦ୍ଧାରିତ ୧୮୦୦ ବିଟୁବି ବୈଠକରେ ଓଡ଼ିଶାର ଟୁରିଜମ୍‌ ବିକ୍ରେତାମାନଙ୍କ ସହ ସିଧାସଳଖ ଆଲୋଚନା କରିବେ।

ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବୁଲଗେରିଆ, ଚୀନ୍‌, ଫିନ୍‌ଲାଣ୍ତ୍‌, ଫ୍ରାନ୍ସ, ଜର୍ମାନି, ହଙ୍ଗେରି, ଇଣ୍ତୋନେସିଆ, ଇଟାଲି, ମାଲେସିଆ, ଫିଲିପାଇନ୍ସ, ପୋଲାଣ୍ତ, ରୋମାନିଆ, ଋଷିଆ, ସିଙ୍ଗାପୁର‌୍‌, ସ୍ପେନ୍‌, ସ୍ୱିଡେନ୍‌, ଥାଇଲାଣ୍ତ୍‌, ନେଦରଲାଣ୍ତ୍‌, ୟୁକେ ଓ ୟୁଏସ୍‌ଏରୁ ଟୁର‌୍‌ ଅପରେଟର୍‌ମାନେ ଅ˚ଶଗ୍ରହଣ କରିବେ। ଏଥିସହ ୧୬ଜଣ ଦେଶୀୟ ଟୁର‌୍‌ ଅପରେଟର୍‌ ଭାଗନେବେ।

ପଢନ୍ତୁ; ମ୍ୟାଁମାର ଶକ୍ତିମନ୍ତ୍ରୀଙ୍କୁ ଭେଟିଲେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Related posts

ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

ENO Beuro

Air Services Will Start In Jharsuguda And Rourkela Airports From October

ENO Beuro

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More