EnewsOdia.Com

ସୀମାନ୍ତ ଗ୍ରାମରେ ମରି ମରି ଯାଉଛି ମାତୃଭାଷା

ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମଗୁଡ଼ିକରେ ମାତୃଭାଷା ଓଡ଼ିଆ  କ୍ରମଶଃ ମରି ମରି ଯାଉଛି। ଜିଲ୍ଲାର ଗୋଟିଏ ପାର୍ଶ୍ବରେ ଆନ୍ଧ୍ର ସୀମା ଲାଗି ରହିଥିବା ବେଳେ ଅନ୍ୟ ପଟେ ଛତିଶଗଡ଼ ସୀମା ଲାଗି ରହିଛି। ଓଡ଼ିଶା ତଥା ମାଲକାନଗିରି ଜିଲ୍ଲା ସୀମାନ୍ତ ଗ୍ରାମଗୁଡ଼ିକର ଚିତ୍ର ଦେଖିଲେ ଓଡ଼ିଆ ଅପେକ୍ଷା ପଡ଼ୋଶୀ ରାଜ୍ୟର ଭାଷା ବହୁଳ ଭାବେ ବ୍ୟବହାର ହେଉଥିବା ଦେଖାଯାଉଛି। ଓଡ଼ିଶାରେ ରହି ବି ଏହିସବୁ ଗାଁର ଲୋକେ ନିଜ ମାତୃଭାଷା ଓଡ଼ିଆ ଜାଣିପାରୁନାହାନ୍ତି।

ଓଡ଼ିଶାରେ ରହିଥିବା ଏହି ଗ୍ରାମଗୁଡ଼ିକରେ ପଡ଼ୋଶୀ ରାଜ୍ୟର ପ୍ରଭାବ ଅଧିକ ରହୁଥିବାବେଳେ ସେମାନେ ଓଡ଼ିଶା ସରକାରଙ୍କ ଅବହେଳାର ଶିକାର ମଧ୍ୟ ହେଉଛନ୍ତି।  ଗାଁଟି ଓଡ଼ିଶାରେ ରହିଥିଲେ ମଧ୍ୟ ଲୋକେ ତେଲୁଗୁ ଭାଷାରେ କଥାବାର୍ତ୍ତା କରନ୍ତି। କେବଳ ଭାଷା ଓ ଦୈନନ୍ଦିନ କାମ ନୁହେଁ; ବରଂ ଏହି ଗ୍ରାମବାସୀ ଆନ୍ଧ୍ର ଲୋକଙ୍କ ସହ ବୈବାହିକ ସଂପର୍କ ବି ସ୍ଥାପନ କରୁଛନ୍ତି । ସେହିପରି ଛତିଶଗଡ଼ ସୀମାକୁ ଲାଗି ରହିଥିବା ଗ୍ରାମଗୁଡିକର ଅବସ୍ଥା ବି ସମାନ। ଉଦ୍‌ବେଗର ବିଷୟ ହେଲା, ଏହିସବୁ ଗ୍ରାମର ବିଦ୍ୟାଳୟରେ ପଢୁଥିବା ପିଲାମାନେ ଓଡ଼ିଆ ବଦଳରେ ତେଲୁଗୁ ଏବଂ ଛତିଶଗଡ଼ି ଭାଷା କହୁଥିବା ଦେଖିବାକୁ ମିଳିଛି।

ରାସ୍ତାଘାଟ ଠିକ୍‌ ନଥିବା ଯୋଗୁଁ ଏହିସବୁ ଗାଁର ଲୋକେ ନିଜର ପଞ୍ଚାୟତ କିମ୍ବା ବ୍ଲକ୍‌ ସଦର ମହକୁମାକୁ ଯାଇ ପାରିନଥାନ୍ତି । ଆନ୍ଧ୍ର ବା ଛତିଶଗଡ଼ ଉପରେ ଅଧିକ ନିର୍ଭର କରନ୍ତି। ଫଳରେ ସୀମାନ୍ତ ଗ୍ରାମଗୁଡିକରେ ଧୀରେ ଧୀରେ ଓଡ଼ିଆ ଭାଷା ମରି ଯାଉଛି। ତେଣୁ ବେଳ ଥାଉ ଥାଉ ରାଜ୍ୟ ସରକାର ଉକ୍ତ ଗ୍ରାମଗୁଡିକ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ପଢନ୍ତୁ: କନ୍ଧମାଳରେ ପହିଲି ଶୀତର ପରଶ, ଦାରିଙ୍ଗବାଡ଼ି ଚଳଚଞ୍ଚଳ

ସମ୍ବନ୍ଧିତ ଖବର

ନବୀନ ନିବାସ ଆଗରେ ସୁରଙ୍କ ଆତ୍ମାହୂତୀ ଧମକ

Ratnamani Maharana

ମେଲାଣି ନେଲେ ମା’ : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି

Ratnamani Maharana

ଝିଅଙ୍କୁ ହଇରାଣ କଲେ ରୋମିଓଙ୍କୁ ମିଳିବ ନାଲି କାର୍ଡ

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

Ratnamani Maharana

ଆଜିଠୁ ଦୁଲୁକିବ ଗୋପାଳପୁର ବେଳାଭୂମି

Ratnamani Maharana