SPORTS

ଭୁବନେଶ୍ଵରର କିଟ୍‌ କ୍ରିକେଟ୍‌ ପଡ଼ିଆରେ ଆଜିଠୁ ଆରମ୍ଭ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ

ଭୁବନେଶ୍ଵରର କିଟ୍‌ କ୍ରିକେଟ୍‌ ପଡ଼ିଆରେ ଆଜିଠୁ ଆରମ୍ଭ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ

ଭୁବନେଶ୍ଵରର କିଟ୍‌ କ୍ରିକେଟ୍‌ ପଡ଼ିଆରେ ଆଜିଠୁ ଆରମ୍ଭ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ । ଗ୍ରୁପ ସି’ ରେ ମୁମ୍ବାଇ-ଓଡିଶା ନିଜର ତୃତୀୟ ମ୍ୟାଚ ଖେଳିବେ । ୪୧ ଥର ଚମ୍ପିୟାନ ତାରକା ଖଚିତ ମୁମ୍ବାଇ ଶ୍ରେଷ୍ଠ ପ୍ରଦର୍ଶନ ସହ ଏହି ମ୍ୟାଚରୁ ପୂର୍ଣ୍ଣ ପଏଣ୍ଟ ହାତେଇବାକୁ ଲକ୍ଷ ରଖିଛି ।

ଚଳିତ ଋତୁର ଏହି ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ଭଲ କରିବ ବୋଲି ଓଡ଼ିଶା ପ୍ରଶିକ୍ଷକ ଶିବ ସୁନ୍ଦର ଦାସ ଆଶାବାଦୀ ଅଛନ୍ତି। ମୁମ୍ବାଇ ଦଳରେ ବହୁ ଅନ୍ତର୍ଜାତୀୟ ଖେଳାଳି ଥିଲେ ମଧ୍ୟ ଓଡ଼ିଶା ନିଜ ମୌଳିକତା ଉପରେ ଧ୍ୟାନ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ଟେଷ୍ଟ୍‍ କ୍ରିକେଟ୍‌ର ଶ୍ରୀ ଦାସ କହିଛନ୍ତି ଯେ ଆମେ ଭଲ ପ୍ରସ୍ତୁତି କରିଛୁ। ଆତ୍ମବିଶ୍ୱାସ ବି ଅଛି। ଅତୀତରେ ଆମେ ବେଙ୍ଗଲ, କର୍ଣ୍ଣାଟକ, ପଞ୍ଜାବ ଭଳି ବଡ଼ ଦଳକୁ ହରାଇଛୁ। ଏଣୁ ମୁମ୍ବାଇକୁ ଜୋରଦାର ଟକ୍କର ଦେବୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ। ନଟରାଜ ବେହେରା ଏହି ମ୍ୟାଚ୍‌ରେ ଲୟକୁ ଫେରିବେ ବୋଲି ଆଶା କରୁଛୁ। ଯୋଜନାର ସଫଳ ରୂପାୟନ କରିପାରିଲେ ଆମ ପାଇଁ ନିଶ୍ଚିତ ଭାବେ ସୁଯୋଗ ରହିବ। ଗତ ଦୁଇ ମ୍ୟାଚ୍‌ରେ ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି ଏବଂ ବିପ୍ଳବ ଭଲ କରିଥିଲେ। ମୁମ୍ବାଇ ମ୍ୟାଚ୍‌ରେ ନଟରାଜ ସେମାନଙ୍କ ସହ ଯୋଗ ଦେବେ ବୋଲି ଭାବୁଛି। ପିଚ୍‌ ଭଲ ରହିଛି। ଆମ ପାଖରେ ଭଲ ବୋଲର ଅଛନ୍ତି। ମୁମ୍ବାଇର ପ୍ରତି ଖେଳାଳିଙ୍କ ପାଇଁ ଅଲଗା ଅଲଗା ଯୋଜନା ପ୍ରସ୍ତୁତ କରିଛୁ। ଆଶା କରୁଛି ଏସବୁ କାମରେ ଆସିବ।

ଓଡ଼ିଶା ମ୍ୟାଚ୍‌କୁ ଏକ ସୁଯୋଗ ଭାବେ ନେଇଛନ୍ତି ମୁମ୍ବାଇ ଅଧିନାୟକ ସାର୍ଦୁଲ ଠାକୁର। ଏହି ମ୍ୟାଚ୍‌କୁୁ କଳେ ବଳେ ଜିତିବାକୁ ସେ ଲକ୍ଷ୍ୟ କରିଛନ୍ତି। ଏଥିନେଇ ମଙ୍ଗଳବାର ସେ କହିଛନ୍ତି ଯେ ସକାରାତ୍ମକ କ୍ରିକେଟ୍‌ ଖେଳି ସର୍ବାଧିକ ପଏଣ୍ଟ ନେବା ଆମର ଲକ୍ଷ୍ୟ ରହିବ। ତଦନୁଯାୟୀ ଆମେ ରଣନୀତି ପ୍ରସ୍ତୁତ କରିଛୁ।

ଓଡ଼ିଶା ବିପକ୍ଷ ମ୍ୟାଚ୍‌ ପାଇଁ ମୁମ୍ବାଇ ଦୁଇ ଅନ୍ତର୍ଜାତୀୟ ତାରକା ଅଜିଙ୍କ୍ୟ ରାହାଣେ ଏବଂ ସାର୍ଦୁଲ ଠାକୁରଙ୍କୁ ନିଜ ଦଳରେ ସାମିଲ କରିଛି।

ସେହିପରି ମୁମ୍ବାଇ ଦଳରେ ବହୁ ତାରକା ଖେଳାଳି ଥିଲେ ମଧ୍ୟ ଆକର୍ଷଣରେ ରହିଛନ୍ତି ୧୭ ବର୍ଷୀୟ ତାରକା ପୃଥ୍ଵୀ ସ’। ୨୦୧୩ ମସିହାରେ ବିଦ୍ୟାଳୟ ସ୍ତରୀୟ କ୍ରିକେଟରେ ୫୦୧ ରନ୍‌ର ପାଳି ଖେଳିଥିବା ସ’ ଚଳିତ ଋତୁରେ ଗୋଟିଏ ଶତକ ଅର୍ଜନ କରି ସାରିଛନ୍ତି। ଏହି ୧୭ ବର୍ଷୀୟ ତାରକା ବ୍ୟାଟିଂ ସହ ଅଫ୍‌ ସ୍ପିନ୍‌ ବୋଲିଂ ମଧ୍ୟ କରନ୍ତି।

ଭୁବନେଶ୍ଵରର କିଟ୍‌ କ୍ରିକେଟ୍‌ ପଡ଼ିଆରେ ଆଜିଠୁ ଆରମ୍ଭ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ

ପଢନ୍ତୁ, ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ଏମଭି ଶ୍ରୀଧର ଙ୍କର ହୃଦଘାତରେ ପରଲୋକ

Related posts

ବିଜୟଲକ୍ଷ୍ୟରେ ଭାରତ

ENO Beuro

ଭାରତର ଲଜ୍ଜାଜନକ ପରାଜୟ,୮ ୱିକେଟରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

ENO Beuro

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

ENO Beuro

Leave a Comment