EnewsOdia.Com

ଆଜିଠୁ ବଢ଼ିବ ଖରା

ଯାଉଛି ଶୀତ, ବଢ଼ୁଛି ତାତି ।ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ୁଛି। କେଉଁଠି ୨ ଡିଗ୍ରି ବଢ଼ୁଛି ତ ଆଉ କେଉଁଠି ୫ ଡିଗ୍ରି ବୃଦ୍ଧି ପାଉଛି। ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୫ ଡିଗ୍ରି ଟପିଗଲାଣି।   ସେହିପରି ପୂର୍ବାନୁମାନ ଅନୁଯାୟୀ ଗତକାଲିଠାରୁ ଶୀତ କମିବା ସହ ଓଡ଼ିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି। ପାରାଦୀପ, ପୁରୀ, ଛତ୍ରପୁର, ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି। ମାଲକାନଗିରିର ତାପମାତ୍ରା ପୂର୍ବଭଳି ୩୫ ଡିଗ୍ରି ରହିଥିବା ବେଳେ ପାରଳାଖେମୁଣ୍ଡିରେ ୩୪.୫ ଡିଗ୍ରି ରେକର୍ଡ ହୋଇଛି। ମଙ୍ଗଳବାରଠାରୁ ଦିନର ତାପମାତ୍ରା ଆହୁରି ବଢ଼ିବ।

ରାଜ୍ୟକୁ ବହୁଥିବା ଉତ୍ତରା ପଶ୍ଚିମା ଥଣ୍ଡା ପବନ ୧୮ ତାରିଖ ଯାଏ ଜାରି ରହିବ। ଏହା ପରେ ପାଗରେ ପରିବର୍ତନ ଆସିବ ଓ ପବନର ଦିଗ ବଦଳିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଜାରି ରହିବ। ୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ବର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରହିବ।

ପଢନ୍ତୁ: ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

ସମ୍ବନ୍ଧିତ ଖବର

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

Ratnamani Maharana

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ‘କେମ୍ ଛୋ, ଟ୍ରମ୍ପ’

Ratnamani Maharana

ଚିନିଶିଳ୍ପର ମୋଲାସିସ୍ ଟାଙ୍କି ଫାଟିବାରୁ ମୁଖ୍ୟରାସ୍ତାକୁ ଆସିଲା ତରଳ ଗୁଡ଼

Ratnamani Maharana

ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

Ratnamani Maharana

ଲାଲଗଡରେ ଫରଫର ଉଡିଲା ତ୍ରିରଙ୍ଗା

Ratnamani Maharana

କୋଚିରେ ବେଆଇନ କୋଠା ଭଙ୍ଗାହେବାପରେ ଏବେ ଭୁବନେଶ୍ୱର ଚିନ୍ତା

Ratnamani Maharana