News

ଘୂର୍ଣ୍ଣିବଳୟ ଦୁର୍ବଳ ହେଲା

By ENO Beuro

July 05, 2018

ଫେରିଲା ମୌସୁମୀ

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କଲା ଆସନ୍ତା ୨୪ ଘଣ୍ଟା ଯାଏ ଟଳିଲା ବର୍ଷା । ୬ ତାରିଖ ସନ୍ଧ୍ୟା କିମ୍ବା ୭ ତାରିଖ ସକାଳଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବୁଧବାରଠାରୁ ଅଧିକ ପରିମାଣରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆଜି ଜଣାଇଛି। ତେବେ ଯେଉଁଭଳି ବଡ଼ ବର୍ଷା ଆଶଙ୍କା କରାଯାଉଥିଲା ସେଭଳି ହେବନାହିଁ। ହାଲ୍‌କା ବର୍ଷା ହେବ। ଅନ୍ୟପଟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ।

ପଢନ୍ତୁ : ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ଆକ୍ରାନ୍ତ