EnewsOdia.Com

୫ଟି ଜିଲ୍ଲାରେ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

ଆହୁରି ୨୪ ଘଣ୍ଟା ବର୍ଷିବ। ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ବିଦର୍ଭ ଓ ରାୟଲସୀମା ମଧ୍ୟରେ ଥିବା ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ରାଜ୍ୟର ୫ଟି ଜିଲ୍ଲାରେ ଆଜି ବର୍ଷା ସହିତ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏଥିପାଇଁ  ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ ବାଲେଶ୍ୱର।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ। ତେବେ ୯ ତାରିଖରେ ପାଗ ଶୁଖିଲା ରହିବ। ପୁଣି ୧୦ ରୁ ୧୩ ପର‌୍ୟ୍ୟନ୍ତ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବ।

ପଢନ୍ତୁ: ‘କାଶୀ’ରେ ଚିତାଭସ୍ମ ହୋଲିର ନିଆରା ପରମ୍ପରା

ସମ୍ବନ୍ଧିତ ଖବର

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେନି ରାହୁଲ

Ratnamani Maharana

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

Ratnamani Maharana

ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣି, ଅନ୍ୟ କଏଦୀଙ୍କ ମୃତ୍ୟୁ

Ratnamani Maharana

ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

Ratnamani Maharana

ହ୍ଵାଟ୍ସଆପ, ଟିକଟକ ଓ ଟ୍ୱିଟର ବିରୋଧରେ ରୁଜୁ ହେଲା ମାମଲା

Ratnamani Maharana

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana