EnewsOdia.Com

ଛାଡିଲା ଝଡିବର୍ଷା, ବଢିବ କୁହୁଡି

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସହ ଅଳ୍ପ ପରିମାଣର ଶୀତ ମଧ୍ୟ ଅନୁଭୂତ ହେଉଛି । ଲଗାତାର ଦୁଇ ଦିନ ଯେଉଁଭଳି ଭାବେ ରାଜ୍ୟରେ ବର୍ଷା ଲାଗି ରହିଥିଲା ତାହାର ପ୍ରଭାବରେ ଏହି ଶୀତ ଅନୁଭବ ହେଉଛି । ତେବେ ଆଜି ରାଜ୍ୟର କୌଣସି ବି ଠାରେ ବର୍ଷା ହେଇଥିବାର ସୂଚନା ମିଳିନଥିଲେ ମଧ୍ୟ ସବୁଠାରେ କୁହୁଡି ଦେଖିବାକୁ ମିଳୁଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜିଠାରୁ ରାଜ୍ୟରେ ପାଗ ସ୍ୱାଭାବିକ ରହିବା ସହ ଘନ କୁହୁଡି ମଧ୍ୟ ଅନୁଭୂତ ହେବ ।

ଏହାକୁ ଦୃଷ୍ଟି ଆଗରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡିଶା ସମେତ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ଝାରସୁଗୁଡାରେ ଘନ କୁହୁଡି ଦେଖାଯିବା ନେଇ ପାଣି ପାଗ କେନ୍ଦ୍ର ପକ୍ଷ ଆକଳନ କରାଯାଇଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତିରେ ତାପମାତ୍ରା ୧ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଅନ୍ୟପଟେ ଆଜି ଠାରୁ ସ୍ୱାଭାବିକ ତାପମାତ୍ରା ୨ରୁ ୪ଡିଗ୍ରୀ କମ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପଢନ୍ତୁ: ବ୍ରିଟେନ ମନ୍ତ୍ରୀ ମଣ୍ଡଳରେ ଭାରତୀୟ ମହିଳା

ସମ୍ବନ୍ଧିତ ଖବର

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା, ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ

Ratnamani Maharana

ଏସପ୍ଲାନେଡ ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ

Ratnamani Maharana

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana

ରାତି ପାହିଲେ ପବିତ୍ର ରାସ ପୂର୍ଣ୍ଣିମା, କ’ଣ ଏହାର ମାହାତ୍ମ୍ୟ ?

Ratnamani Maharana

ରାଜଧାନୀରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ନିଷିଦ୍ଧ ପ୍ଲାଷ୍ଟିକ୍ ସାମଗ୍ରୀ

Ratnamani Maharana