Loading...

ଆଗାମୀ ଦୁଇଦିନ ରାଜ୍ୟରେ ନାହିଁ ବର୍ଷା , ସେପ୍ଟେମ୍ବର ପହିଲାରୁ ପୁଣି ବର୍ଷା ସମ୍ଭାବନା

ଆଗାମୀ ଦୁଇଦିନ ରାଜ୍ୟରେ ନାହିଁ ବର୍ଷା , ସେପ୍ଟେମ୍ବର ପହିଲାରୁ ପୁଣି ବର୍ଷା ସମ୍ଭାବନା

ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ତେଣୁ ବିଗତ ୨୪ ଘଣ୍ଟା ଧରି ପାଗ ଶୁଖିଲା ରହିବା ସହ ଓଡ଼ିଶାର କିଛି କିଛି ସ୍ଥାନରେ କେବଳ ସ୍ୱଳ୍ପ ବୃଷ୍ଟିପାତ ଦେଖିବାକୁ ମିଳିଛି

ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ତେଣୁ ବିଗତ ୨୪ ଘଣ୍ଟା ଧରି ପାଗ ଶୁଖିଲା ରହିବା ସହ ଓଡ଼ିଶାର କିଛି କିଛି ସ୍ଥାନରେ କେବଳ ସ୍ୱଳ୍ପ ବୃଷ୍ଟିପାତ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଜି ଓ ଆସନ୍ତାକାଲି ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ଏଭଳି ପାଗ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ପୁଣି ସେପ୍ଟେମ୍ବର ୧ ତାରିଖ ବେଳକୁ ବଢିବ ବର୍ଷାର ପରିମାଣ । ଏହାସହ ଅଗଷ୍ଟ ମାସ ୩୧ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ରାଜ୍ୟର କେତେକ ସ୍ଥାନରେ ହୋଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ରାଜ୍ୟର ଗୋଟିଏ କିମ୍ବା 2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.