News

ରସଗୋଲା ପାଇଁ ଓଡିଶା ସରକାରଙ୍କ ତତ୍ପରତା, ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ

ରସଗୋଲା ଲଢ଼େଇରେ, ପଶ୍ଚିମବଙ୍ଗର ଜିତାପଟ ପରେ ଓଡିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟ ସରକାର, ଓଡ଼ିଶାର ରସଗୋଲାକୁ ପ୍ରଭୁ ଜଗନ୍ନାଥଙ୍କ ନାଁରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବାର ବିକଳ୍ପ ପନ୍ଥା ବାଛିଛନ୍ତି  ।

ପାହାଳ ରସଗୋଲା ନାଁରେ ପୂର୍ବରୁ ଜିଆଇ ଟ୍ୟାଗ୍ ଆବେଦନ ପାଇଁ ସରକାର ଇଚ୍ଛୁକ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହାର କୌଣସି ଐତିହାସକ ତଥ୍ୟ ମିଳିପାରି ନଥିବାରୁ ଏହି ଆବେଦନରୁ ସରକାର ଓହରିଛନ୍ତି । ଅନ୍ୟପକ୍ଷରେ ଜଗନ୍ନାଥଙ୍କ ନାଁରେ ଯଥେଷ୍ଟ ଐତିହାସିକ ତଥ୍ୟ ରହିଥିବାରୁ ରସଗୋଲାକୁ ଜଗନ୍ନାଥଙ୍କ ନାଁରେ ଆବେଦନ କରିବେ । ସଂପୃକ୍ତ ଆଇନର ଧାରା ୧୧ ଅନୁସାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ, କିମ୍ବା ସେବାୟତ ସଂଘ ଜଗନ୍ନାଥ ରସଗୋଲାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିପାରନ୍ତି । ଏନେଇ ସରକାର ସମସ୍ତ ସହୟତା ଯୋଗଇ ଦେଇଦେବେ ।

ରସଗୋଲା ପାଇଁ ଓଡିଶା ସରକାରଙ୍କ ତତ୍ପରତା, ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ...

ପଢନ୍ତୁ, କଳାହାଣ୍ଡି ଜିଲ୍ଲା ବିଦ୍ୟାଳୟରେ ଝୁଳୁଛି ତାଲା, ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

Related posts

ଅସ୍ତ୍ରଶସ୍ତ୍ର ରଖିବା ଲାଗି ଆବେଦନ କଲେ ସାକ୍ଷୀ ଧୋନି

ENO Beuro

ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

ENO Beuro

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More