ଓଡିଶା ହେବ ନୂଆ ଭାରତର ବିକାଶ ଇଞ୍ଜିନ

modi

ଭୁବନେଶ୍ଵର ଆଇଆଇଟି ଲୋକପର୍ଣ କଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ସରକାର ଓଡିଶାର ବିକାଶ ପାଇଁ ସମର୍ପିତ। ଓଡିଶାର ଭିତ୍ତିଭୂମିର ବିକାଶଠୁ ଆରମ୍ଭ କରି ଜନସାଧାରଣ ଙ୍କର ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଏହିଭଳି ଓଡିଶାର ନିରନ୍ତର ବିକାଶ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

modi

ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । ଏହାର ନିଦର୍ଶନ ସ୍ୱରୂପ ଗତକାଲିରାଜ୍ୟରେ ୧୪,୫୨୩ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖାଯିବା ସହ ଆଉ କେତେକ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ଗ୍ୟାସ ଯୋଗାଣ, ସଡକ ଓ ସାଂସ୍କୃତିକ ଐତିହ୍ୟ ପରିଯୋଜନା । ଏହିସବୁ ଯୋଜନା ଓଡିଶାର ପ୍ରଗତି ଓ ଜନଜୀବନକୁ ସୁଗମ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତାସହିତ ବିକାଶ ପ୍ରକ୍ରିୟାରେ ରାଜ୍ୟବାସୀଙ୍କ ସକ୍ରିୟ ଯୋଗଦାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଉତ୍ତରପ୍ରଦେଶରୁ ଓଡ଼ିଶା ପର୍ଯ୍ୟନ୍ତ ପାଇପ ଲାଇନ ବିଛାଯାଉଛି। ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ସେକ୍ସନ ଅନ୍ତର୍ଗତ ବୋକାରୋ-ଅନୁଗୁଳ ସେକ୍ସନ ଗ୍ୟାସ୍‌ ପାଇପଲାଇନ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଶିଳାନ୍ୟାସ କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ୫ଟି ଏବଂ ଝାଡଖଣ୍ଡର ୬ଟି ଜିଲା ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପଢନ୍ତୁ; ଆଜି ପବିତ୍ର ବଡଦିନ,ଉତ୍ସବ ମୁଖରିତ ଭୁବନେଶ୍ୱର ଚର୍ଚ୍ଚ

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More