EnewsOdia.Com

‘ମାଷ୍ଟର୍‌ ସେଫ୍‌’ରେ ଓଡ଼ିଆ ପୁଅଙ୍କ କମାଲ୍, ଚର୍ଚ୍ଚାରେ ଅବିନାଶଙ୍କ ଚିକେନ୍‌ ବେସର

ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର ପ୍ଲସ୍’ରେ ପ୍ରସାରିତ ହେଉଥିବା ମାଷ୍ଟର ସେଫ୍ ସିଜନ-୬ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ଅବିନାଶ ନାଏକଙ୍କ ବଜିମାତ୍ । ପୁର୍ବରୁ ସେ ଅନେକ ରୋଷେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତେବେ ମାଷ୍ଟର ସେଫ୍ ରେ ଚିକେନ୍ ବେସର ପରଷି ଅଡିସନ୍ ରାଉଣ୍ଡକୁ ମନୋନିତ ହେବା ସହ ଆପ୍ରନ୍ ପାଇ ଚର୍ଚ୍ଚାକୁ ଆସିଛନ୍ତି ।

ଅବିନାଶଙ୍କ ଘର ଗଞ୍ଜାମ ଜିଲ୍ଲା ଉପକଣ୍ଠ ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମରେ । ତେବେ ସେ ଇଲେକ୍ଟ୍ରୋନିକ୍ ଟେଲିକମ୍ୟୁନିକେସନ ବ୍ରାଞ୍ଚରେ ଇଞ୍ଜିନିୟରିଂ ପଢ଼ାସାରି ଏବେ ହାଇଦ୍ରାବାଦ୍ ର ଇନଫୋସିସ୍ ରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି ।

ତେବେ ଅବିନାଶ ମାଷ୍ଟର ସେଫ୍ ରେ ଚିକେନ୍ ସହ ବେସର ମସଲାରେ କରି ଉପସ୍ଥିତ ୩ ଜଜ୍ ଙ୍କ ମନ କିଣି ନେଇଥିଲେ ।  ତେବେ ସେଥିରେ ସେ ପାରମ୍ପରିକ ରାନ୍ଧଣା ଶୈଳୀରେ ଆଧୁନିକତାର ଛୁଙ୍କ ଦେଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏଥିରେ ବିକାଶ ଖନ୍ନା ଅତି ଆନନ୍ଦରେ ‘ଜୟ ହୋ ଓଡିଶା’ ବୋଲି ସମ୍ବୋଧନ କରିଥିଲେ ।

ପୂର୍ବରୁ ସେ ଲୋକିକୁକ୍ସ୍ ଫେଲୋସିପ୍ ୨୦୧୯ ପାଇଥିବା ବେଳେ ଗତ ବର୍ଷ ହଳଦୀରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ଜଣଙ୍କ ମଧ୍ୟରେ ଥିଲେ । ବର୍ତ୍ତମାନ ଅବିନାଶ ପଞ୍ଜାବରେ ସୋ’ର ସୁଟିଂରେ ବ୍ୟସ୍ତ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ତେବେ ତାଙ୍କ ବାପା ଅରବିନ୍ଦ ନାୟକଙ୍କ କହିବାନୁଯାୟୀ ଅବିନାଶ୍ ଜଣେ ଇଞ୍ଜନିୟର ହୋଇଥିଲେ ମଧ୍ୟ ତାଙ୍କର ରୋଷେଇରେ ସର୍ବଦା ରୁଚି ଥାଏ ।

ଉଲ୍ଲେଖଯୋଗ୍ୟ ଯେ  ମାଷ୍ଟର ସେଫ୍ ରେ ଏହି ସୋ’ର ପ୍ରିମିୟର ଡିସେମ୍ବର ୭ରେ ପ୍ରସାରିତ ହୋଇଯାଇଛି । ତେବେ ଏହାର ୱିନର୍ କିଏ ହେବ ତାହା ଦେଖିବା ବାକି ରହିଲା ।

ପଢନ୍ତୁ: ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ କର୍ମଚାରୀଙ୍କୁ ସାଇକେଲରେ ଅଫିସ ଆସିବାକୁ ନିର୍ଦେଶ

ସମ୍ବନ୍ଧିତ ଖବର

ପିଏମ୍‌ ମୋଦିଙ୍କ ପରେ ‘Man vs Wild’ରେ ନଜର ଆସିବେ ରଜନୀକାନ୍ତ

Ratnamani Maharana

ଏଣିକି ପୋଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ

Ratnamani Maharana

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ଫାଶୀ ଦଣ୍ଡାଦେଶ

Ratnamani Maharana

ଧାମରା ବନ୍ଦରରେ ଲାଗିଲା ଚୀନ ଜାହାଜ

Ratnamani Maharana

କାରୋନା ପାଇଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

Ratnamani Maharana

ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

Ratnamani Maharana