Loading...

ଚର୍ଚ୍ଚାରେ ବିଶ୍ବସ୍ତରୀୟ ସମ୍ମିଳନୀର ଓଡ଼ିଶାର ସଂସ୍କୃତି ଓ କଳାର ଛାପ

ଚର୍ଚ୍ଚାରେ ବିଶ୍ବସ୍ତରୀୟ ସମ୍ମିଳନୀର ଓଡ଼ିଶାର ସଂସ୍କୃତି ଓ କଳାର ଛାପ

ଭାରତ ମଣ୍ଡପମ୍‌ରେ ଦୁଇ ଦିନିଆ ଜି ୨୦ ଶିଖର ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଛି। ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରି ଭାରତ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି।

ଭାରତ ମଣ୍ଡପମ୍‌ରେ ଦୁଇ ଦିନିଆ ଜି ୨୦ ଶିଖର ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଛି। ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରି ଭାରତ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି। ତେବେ ଏଭଳି ଏକ ବିଶ୍ବସ୍ତରୀୟ ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଓଡ଼ିଆଙ୍କ ଅବଦାନର ଛାପ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସମ୍ମିଳନୀରେ କୋଣାର୍କ ଚକ୍ରର ପୃଷ୍ଠଭୂମିରେ ବିଶ୍ବନେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିବା ଫଳରେ ସାରା ବିଶ୍ବ ଓଡ଼ିଶାର ସମୃଦ୍ଧ କଳା ସଂପର୍କରେ ଅବଗତ ହୋଇଛି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ କେବଳ ଗୌରବର ମୁହୂର୍ତ୍ତ ନ ଥିଲା ବରଂ ଓଡ଼ିଶାର ଭାସ୍କର୍ଯ୍ୟ କଳାକୁ ବିଶ୍ବ ଦରବାରରେ ଗୌରବାନ୍ବିତ କରିବା ଦିଗରେ ନୂଆ ଧାରା ସୃଷ୍ଟି କଲା। କୋଣାର୍କ ଚକ୍ରର ବିଶେଷତ୍ବ ଓ କାରୁକାର୍ଯ୍ୟ ସଂପର୍କରେ ଆମେରିକା ରାଷ୍ଟ୍ରପତି ‌ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ବୁଝାଇବା ପରେ କୋଣାର୍କ ଚକ୍ର ଚର୍ଚ୍ଚାର ପରିସରକୁ ଅଧିକ ମାତ୍ରାରେ ଆସିଥିଲା। ବିଶେଷ କରି ଜି ୨୦ର ଭାରତ ମଣ୍ଡପମ୍‌ ପରିସରରେ ସ୍ଥାପନ କରାଯାଇଥିବା ଅନ୍ତର୍ଜାତୀୟ ମିଡିଆ ସେଣ୍ଟରରେ ବିଭିନ୍ନ ଦେଶରୁ ଖବର ପରିବେଷଣ ପାଇଁ ଆସିଥିବା ଗଣମାଧ୍ୟମର ପ୍ରତିନିଧିମାନେ କୋଣାର୍କ ଚକ୍ର ସଂପର୍କରେ ସ୍ବତନ୍ତ୍ର ରିପୋଟିଂ କରିଥିଲେ। କୋଣାର୍କ ଚକ୍ରର ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କରମର୍ଦ୍ଦନ କୂଟନୀତି (ହ୍ୟାଣ୍ଡସେକ୍‌ ଡିପ୍ଲୋମାସି)ର ଫଟୋଚିତ୍ର ସାରା ବିଶ୍ବରେ ଛାଇ ହୋଇ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇପାରିଥିଲା।

ଜି ୨୦ ଶିଖର ସମ୍ମିଳନୀ ଅବସରରେ ସମଗ୍ର ଦିଲ୍ଲୀର ସୌନ୍ଦର୍ଯ୍ୟୀକରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଦିଲ୍ଲୀକୁ ସଂପୂର୍ଣ୍ଣ ରୂପେ ନୂଆ ରୂପ ଦିଆଯାଇଥିଲା।ଖ୍ୟାତନାମା ଓଡ଼ିଆ ସ୍ଥପତି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଦ୍ବାରା ତିଆରି ଅନେକ ପ୍ରତିମୂର୍ତ୍ତି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଶୋଭା ପାଇଥିଲା। ଓଡ଼ିଶାର ସାଂସ୍କୃତିକ ଝଲକ ମଧ୍ୟ ବିଶ୍ବନେତାଙ୍କୁ ମୁଗ୍ଧ କରିଥିଲା। ବିଦେଶୀ ଅତିଥିଙ୍କୁ ସ୍ବାଗତ କରିବା କ୍ରମରେ ସମ୍ବଲପୁରୀ ଲୋକନୃତ୍ୟ ଡାଲଖାଇ ପରିବେଷଣ କରାଯାଇଥିଲା। ଡାଲଖାଇର ତାଳେ ତାଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା ନାଚିବ‌ା ଦୃଶ୍ୟ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା। ବିଶ୍ବ ନେତାଙ୍କ ପତ୍ନୀଙ୍କ ସହିତ ଓଡ଼ିଶାର ଦୁଇ ଜଣ ମହିଳା ଆଦିବାସୀ ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଓ ରାଇମତୀ ଘିଉରିଆ ମାଣ୍ଡିଆ ଚାଷ ଉପରେ ସେମାନଙ୍କ ଅନୁଭୂତି ବଖାଣିବା ଦ୍ବାରା ମାଣ୍ଡିଆ ଉତ୍ପାଦନର ପ୍ରମୁଖ ରାଜ୍ୟ ଓଡ଼ିଶା ହୋଇଥିବା ଗୁରୁତ୍ବକୁ ପ୍ରତିପାଦିତ କରିଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.