EnewsOdia.Com

ଓଡ଼ିଶାର ବଡ଼ ପରିବାର; ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ

ଆଧୁନିକ ସମାଜରେ ଯେଉଁଠି ଗୋଟିଏ ଘରେ  ଦୁଇଭାଇ  କି ବାପ-ପୁଅ ଏକାଠି ରହିପାରୁନାହାନ୍ତି ସେହି ସମୟରେ ଏମିତି ଏକ ପରିବାର ସାମ୍ନାକୁ ଆସିଛନ୍ତି ଯାହା ଏବେ ଚର୍ଚ୍ଚାରେ । କାରଣ ରାଜ୍ୟର ବଡ଼ ପରିବାର ଭାବେ ଏବେ ଜଣାଶୁଣା ଏହି ପରିବାର । ଆଉ ଏହି ପରିବାର ଆଧୁନିକ ଯୁଗର ପରିବାର ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଗୋଟିଏ ଛାତ ତଳେ ୧୦ କି ନୁହେଁ କି ୧୫ ନୁହେଁ ଏକାଠି ରହୁଛନ୍ତି ୧୨୩ ଜଣ ସଦସ୍ୟ । ଖୋର୍ଦ୍ଧା ଗୟାବନ୍ଧ ଗାଁର ସମାଜସେବୀ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପରିବାରର ଲୋକ ହେଉଛନ୍ତି ମୋଟ ୧୨୩ ଜଣ । ଆଜିକାଲିର ଯୁଗରେ ଏହି ଯୌଥ ପରିବାରକୁ ନେଇ ଚାରିଆଡେ ଚର୍ଚ୍ଚା । ରାଜ୍ୟର ସବୁଠାରୁ ବଡ ପରିବାର ପରିଚୟ ପାଇଛି ଶ୍ରୀଚନ୍ଦନ ପରିବାର  ।  ସକାଳୁ ଚୁଲି ଜଳିଲେ  ରାତି ଯାଏଁ ଚାଲିଥାଏ ରୋଷେଇ । ଆଉ ସତେ ଯେମିତି ଭୋଜିଭାତ ଭଳି ଆସର ଜମିଥିବା ଦେଖିବାକୁ ମିଳିଥାଏ ।

ଅନ୍ୟପଟେ ଶ୍ରୀଚନ୍ଦନ ପରିବାର ଆଧୁନିକ ଯୁଗର ସମସ୍ତ ପରିବାର ପାଇଁ ଉଦାହରଣ ପାଲଟିଛନ୍ତି । ସ୍ୱାର୍ଥପର ଦୁନିଆରେ କିଭଳି ଏକତା ବଜାୟ ରହି ହେବ ସେନେଇ ସମାଜକୁ ବାର୍ତ୍ତା ଦେଇଛନ୍ତି ଶ୍ରୀଚନ୍ଦନ ପରିବାର । ସବୁଠାରୁ ବଡ଼ କଥା ହେଲା କି , ଏତେ ବଡ଼ ପରିବାର ବା ଅଧିକ ସଂଖ୍ୟକ ସଦସ୍ୟଙ୍କୁ ନେଇ ଚଳିବା ହୁଏତ ମୁସକିଲ୍ ହୋଇପାରେ କିନ୍ତୁ ଶ୍ରୀଚନ୍ଦନ ପରିବାରରେ ୧୨୩ ଜଣ ନିଆରା ପରିଚୟ ସୃଷ୍ଟି କରିଛନ୍ତି ।

ପଢନ୍ତୁ: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

ସମ୍ବନ୍ଧିତ ଖବର

ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

Ratnamani Maharana

ପୁରୀ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ

Ratnamani Maharana

ଭୁବନେଶ୍ୱର ହୋଟେଲରେ ଦେହ ବ୍ୟବସାୟ

Ratnamani Maharana

ବାଗଦାଦି ନିପାତ ଅପରେସନରେ ହିରୋ ପାଲଟିଛି ଆମେରିକାର ଶିକାରୀ କୁକୁର

Ratnamani Maharana

ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

Ratnamani Maharana

ବାର୍ଷିକ କ୍ରୀଡାରେ ଅଭିନବ ଢଙ୍ଗରେ ହେଲମେଟ ସଚେତନତା

Ratnamani Maharana