EnewsOdia.Com

ଇତିହାସ ରଚିଲା ଏସସିବି, ରୋଗୀଙ୍କଠାରେ ଲାଗିଲା ମୃତ ଯୁବତୀଙ୍କ କିଡନୀ

ଇତିହାସ ରଚିଲା ଏସସିବି। ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍ । କଟକ ବଡ ମେଡିକାଲରେ ଓଡ଼ିଶାର ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ୍ କରାଯାଇଛି । ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ଅଣାଯାଇ କଟକ ଏସସିବିରେ କିଡନୀ ହରାଇଥିବା  ରୋଗୀଙ୍କଠାରେ  ଆଜି ପ୍ରତିରୋପଣ କରାଯାଉଛି । ଏସସିବିର ଏକ ବିଶେଷଜ୍ଞ ଦଳ ଆଜି ପ୍ରତ୍ୟୁଷରେ କିଡନୀ ପ୍ରତିରୋପଣ କରିଥିବା ସୂଚନା ମିଳିଛି । କିଡନୀ ହରାଇଥିବା ଜଣେ ରୋଗୀଙ୍କ ଜୀବନ ବଂଚାଇବାକୁ ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ପ୍ରତିରୋପଣ କରାଯାଇଛି । ଏହି ପ୍ରତିରେୋପଣ ଓଡ଼ିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ।

ସୂଚନା ଅନୁସାରେ ଦୁର୍ଘଟଣାରେ ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମକ ୨୨ବର୍ଷିୟ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଗତ ରାତିରେ ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ଆପୋଲୋକୁ ଯାଇ ଯୁବତୀଙ୍କ ଦେହରୁ କିଡନୀ କାଢି ଏସସିବି ଆଣି ପୁରୁଷ ରୋଗୀଙ୍କ ଦେହରେ ପ୍ରତିରୋପଣ କରିଛନ୍ତି ।

ପଢନ୍ତୁ: ଆଜି ବିଶ୍ୱ କର୍କଟ ଦିବସ : ପ୍ରତିବର୍ଷ କମିବା ବଦଳରେ ବଢିଚାଲୁଛି ରୋଗୀଙ୍କ ସଂଖ୍ୟା

ସମ୍ବନ୍ଧିତ ଖବର

ପରୀକ୍ଷା ହଲ୍‌ରେ ସେଲ୍‌ଫି

Ratnamani Maharana

ପୁଣି ଅଡ଼ୁଆରେ ସାଂସଦ ଅନୁଭବ ମହାନ୍ତି

Ratnamani Maharana

ବଙ୍ଗୋପସାଗରରେ ଲଘୁଚାପ, ୨୫ ଯାଏଁ ବର୍ଷାରୁ ନିସ୍ତାର ନାହିଁ

Ratnamani Maharana

୨୦୨୦ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ମୋଦୀଙ୍କ ଅହିଂସା ମନ୍ତ୍ର

Ratnamani Maharana

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

Ratnamani Maharana

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana