News

ଟ୍ରେନି ଅଫିସର ଭାବେ ଦାୟିତ୍ୱ ନେଲେ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ବେହେରା

ସନ୍ନ୍ୟାସୀ ବେହେରା ଯିଏ କି ରାଜ୍ୟର ପ୍ରଥମ ଦିବ୍ୟାଙ୍ଗ ଓଏଏସ୍‌  , ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଯୋଗ ଦେଇଛନ୍ତି। ଦୃଷ୍ଟି ଶକ୍ତିହୀନ ଏହି ଓଏଏସ୍‌ ଅଫିସର ଜିଲ୍ଲା ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗରେ ଟ୍ରେନି ଅଫିସର ଭାବେ କାମ ଆରମ୍ଭ କରିଛନ୍ତି। ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ଡେପୁଟି କଲେକ୍ଟର ସୁମନ୍ତ କରଙ୍କ ତତ୍ତ୍ଵାବଧାନରେ  ପ୍ରଶାସନିକ କାମ ଆରମ୍ଭ କରିଛନ୍ତି । ସମସ୍ତ କାମ ସେ ଏବେ ବ୍ରେଲ ଲିପି ଜରିଆରେ କରୁଛନ୍ତି।

ସନ୍ନ୍ୟାସୀ ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ମାଟ୍ରିକ ପାସ୍‌ କରିବା ପରେ ଦିଲ୍ଲୀ ଦୃଷ୍ଟିହୀନ ମହାବିଦ୍ୟାଳୟରୁ ବିଏ ପାସ୍‌ କରିଥିଲେ। ୨୦୧୫ ମସିହାରେ ସେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରୁ ହିଁ କର୍ମମୟ ଜୀବନ ଆରମ୍ଭ କରିଥିବାରୁ ସେ ବେଶ୍‌ ଖୁସି ଅଛନ୍ତି । ସନ୍ନ୍ୟାସୀ ବେହେରା ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ଏକ ଦୃଷ୍ଟାନ୍ତ ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ।

ଟ୍ରେନି ଅଫିସର ଭାବେ ଦାୟିତ୍ୱ ନେଲେ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ବେହେରା  ଟ୍ରେନି ଅଫିସର ଭାବେ ଦାୟିତ୍ୱ ନେଲେ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ବେହେରା

ପଢନ୍ତୁ, ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

Related posts

ବାବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

Krishna Kumar Manoj

ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପରାଷ୍ଟ୍ରପତି

Krishna Kumar Manoj

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ମେଡିକାଲରୁ ଡିସଚାର୍ଜ ହେବେ ରିମା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More