News

ଟ୍ରେନି ଅଫିସର ଭାବେ ଦାୟିତ୍ୱ ନେଲେ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ବେହେରା

By ENO Beuro

November 09, 2017

ସନ୍ନ୍ୟାସୀ ବେହେରା ଯିଏ କି ରାଜ୍ୟର ପ୍ରଥମ ଦିବ୍ୟାଙ୍ଗ ଓଏଏସ୍‌  , ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଯୋଗ ଦେଇଛନ୍ତି। ଦୃଷ୍ଟି ଶକ୍ତିହୀନ ଏହି ଓଏଏସ୍‌ ଅଫିସର ଜିଲ୍ଲା ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗରେ ଟ୍ରେନି ଅଫିସର ଭାବେ କାମ ଆରମ୍ଭ କରିଛନ୍ତି। ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ଡେପୁଟି କଲେକ୍ଟର ସୁମନ୍ତ କରଙ୍କ ତତ୍ତ୍ଵାବଧାନରେ  ପ୍ରଶାସନିକ କାମ ଆରମ୍ଭ କରିଛନ୍ତି । ସମସ୍ତ କାମ ସେ ଏବେ ବ୍ରେଲ ଲିପି ଜରିଆରେ କରୁଛନ୍ତି।

ସନ୍ନ୍ୟାସୀ ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ମାଟ୍ରିକ ପାସ୍‌ କରିବା ପରେ ଦିଲ୍ଲୀ ଦୃଷ୍ଟିହୀନ ମହାବିଦ୍ୟାଳୟରୁ ବିଏ ପାସ୍‌ କରିଥିଲେ। ୨୦୧୫ ମସିହାରେ ସେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରୁ ହିଁ କର୍ମମୟ ଜୀବନ ଆରମ୍ଭ କରିଥିବାରୁ ସେ ବେଶ୍‌ ଖୁସି ଅଛନ୍ତି । ସନ୍ନ୍ୟାସୀ ବେହେରା ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ଏକ ଦୃଷ୍ଟାନ୍ତ ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ।

ପଢନ୍ତୁ, ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର