News

ଲଘୁଚାପ ପ୍ରଭାବ: ଆହୁରୀ ୨ଦିନ ପ୍ରବଳ ବର୍ଷିବ

Rain 2 750x430

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ମଧ୍ୟରେ ରହିଛି। ଏଥିସହିତ ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ରହିଛି। ଆସନ୍ତା ୪୮ ଘଂଟା  ଯାଏଁ ରାଜ୍ୟରେ ଆହୁରି ବର୍ଷିବ । ପାଣିପାଗ ବିଭାଗ, ୭ଟି ଜିଲ୍ଲା ପାଇଁ ରେଡ୍ ୱାଣ୍ଣିଂ ଜାରି କରିଛି । ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡା ଏବଂ ଝାରସୁଗୁଡାରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୧୦ଟି ଜିଲ୍ଲା ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, ଦେବଗଡ, ସମ୍ବଲପୁର, କେଉଁଝର, ମୟୂରଭଂଜ ଓ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବା ସମ୍ଭାବନା ରହିଛି ।

ବର୍ଷା ସହିତ ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ବଙ୍ଗୋପସାଗର ଅଶାନ୍ତ  ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ।  ଅନ୍ୟପଟେ  ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ୩ ପ୍ରତିଶତକୁ କମି ଆସିଛି ।

ପଢନ୍ତୁ: ସ୍ୱାଧୀନତା ଦିବସରେ ବୀର ଚକ୍ର ସମ୍ମାନରେ ସମ୍ମାନିତ ହେବେ ଅଭିନନ୍ଦନ

Related posts

ଚନ୍ଦା କୋଚ୍ଚର ବହିଷ୍କୃତ , ରିପୋର୍ଟ ଦେଲା ଶ୍ରୀକ୍ରୀଷ୍ଣା କମିଟି

ENO Beuro

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା,ଅପରାହ୍ଣରେ ବୈଠକ!

ENO Beuro

ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ,ଘଟଣାସ୍ଥଳରେ ଉତ୍ତେଜନା

ENO Beuro

Leave a Comment