EnewsOdia.Com

ଆଜି ବି ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ କମିଶନରଙ୍କ ସହ ବିଏମସି କର୍ମଚାରୀ

ପ୍ରଦୂଷଣ ରୋକିବାକୁ ବିଏମସିର ନିଆରା ଉଦ୍ୟମ । ପୂର୍ବ ଶୁକ୍ରବାର ଭଳି ଆଜି ବି ସାଇକେଲରେ ଅଫିସ ଆସିଛନ୍ତି ଅଧିକାରୀ ଓ କର୍ମଚାରୀ । ପ୍ରତି ସପ୍ତାହର ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ବିଏମସିର ନିଷ୍ପତି ଅନୁଯାୟୀ ଆଜି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଛନ୍ତି ।

ସୂଚନାଯୋଗ୍ୟ, ବିଏମସି , ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡରେ ପ୍ରାୟ ୮ ଶହ କର୍ମଚାରୀ କାମ କରୁଛନ୍ତି ।

ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ,ଏଥିନେଇ ଏକ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରରେ ଥିବା ତିନିଟି ସରକାରୀ ଅନୁଷ୍ଠାନ । ରାଜ୍ୟରେ ଏଭଳି ପ୍ରୟାସ ପ୍ରଥମ ।ଗତ ଶୁକ୍ରବାରରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇସାରିଛି । ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଉଛି ।

ପଢନ୍ତୁ: ରାଜଧାନୀରେ ଆରମ୍ଭ ହେଲା ‘ମୁଁ ସିଟି ସେଭିୟର୍’ ଆପ୍

ସମ୍ବନ୍ଧିତ ଖବର

ଆସନ୍ତା ସପ୍ତାହରେ ଆରମ୍ଭ ହେବ ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ !

Ratnamani Maharana

ହୋଲିରେ ମଦୁଆଙ୍କୁ ସାବାଡ଼୍‌ କରିବ ପୁଲିସର ସ୍ବତନ୍ତ୍ର ଟିମ୍‌

Ratnamani Maharana

ପୁରୀ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ

Ratnamani Maharana

ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ

Ratnamani Maharana

ମାର୍ଚ୍ଚ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

Ratnamani Maharana

ଭଲ ହେଲେ ୪୦୧ କରୋନା ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

admin