EnewsOdia.Com

ପୁଣି ବଢିପାରେ ପେଟ୍ରୋଲ, ଡିଜେଲ୍ ଦର; ଗ୍ରାହକ ବୋହିବେ ବିଏସ-୬ ବୋଝ

ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ବାବଦରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବାର ସମ୍ଭାବନା ରହିଛି। ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ଭାରତ ଷ୍ଟେଜ୍‌(ବିଏସ୍‌)-୬ ମାନଦଣ୍ଡର ଗାଡ଼ି ବିକ୍ରି ହେବ। ଏଥିପାଇଁ ତେଲ କମ୍ପାନି ଗୁଡ଼ିକୁ ମଧ୍ୟ କମ୍ ପ୍ରଦୂଷଣଯୁକ୍ତ ପେଟ୍ରୋଲ ଏବଂ ଡିଜେଲ ଯୋଗାଇକୁ ହେବ। ଉନ୍ନତମାନର ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦନ ପାଇଁ ବିଶୋଧନାଗାର ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ କରାଯାଉଛି। ଏଥିଲାଗି କମ୍ପାନି ଗୁଡ଼ିକୁ ବିପୁଳ ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ୁଛି। ତେଣୁ ଏହି ନିବେଶ ବାବଦ ବୋଝ କମ୍ପାନି ଗୁଡ଼ିକ ନିଜେ ବହନ ନକରି ଖାଉଟିଙ୍କ ମୁଣ୍ଡରେ ଲଦିବାକୁ ଯୋଜନା କରୁଛନ୍ତି।

ତେବେ ପେଟ୍ରୋଲ ଏବଂ ଡିଜେଲ ଦର ହଠାତ୍ ଏତେମାତ୍ରାରେ ବୃଦ୍ଧି ଘଟିଲେ ସାଧାରଣରେ ତୀବ୍ର ଅ‌ସନ୍ତୋଷ ଦେଖାଦେବ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସରକାର ଭିନ୍ନ ପନ୍ଥା ଆପଣାଇ ପାରନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ଥିବା ସମୟରେ କମ୍ପାନି ଗୁଡ଼ିକୁ ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କିଛିଟା ବୃଦ୍ଧି କରିବାକୁ ଅନୁମତି ଦେଇପାରନ୍ତି।

ପଢନ୍ତୁ: ‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

ସମ୍ବନ୍ଧିତ ଖବର

କରୋନା ପାଇଁ ଟୁଇଟ କରି ପ୍ରଶଂସା ସାଉଣ୍ଟୁଛି ଅମୂଲ

Ratnamani Maharana

କରୋନା ପାଇଁ ଦିଲ୍ଲୀରେ ଅନୁକୂଳ ପାଗ

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ୍‌ ଆମେରିକୀୟ ଡଲାର ପୁରସ୍କାର

Ratnamani Maharana

ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

Ratnamani Maharana

ମୋବାଇଲ ଗ୍ରାହକଙ୍କୁ ଜୋରଦାର୍ ଝଟକା, ଉଭୟ ଡାଟା ଏବଂ କଲିଂ ପାଇଁ ଦେବାକୁ ପଡିପାରେ ଅଲଗା ଅଲଗା ଟଙ୍କା

Ratnamani Maharana