News

କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ଚଣ୍ଡିଖୋଲରେ ହେବ ଭୂତଳ ତୈଳ ଭଣ୍ଡାର

By Krishna Kumar Manoj

June 28, 2018

ଚଣ୍ଡିଖୋଲରେ ହେବ ପେଟ୍ରୋଲିୟମ ଡିପୋ

ଓଡିଶାର ଚଣ୍ଡିଖୋଲ ଏବଂ କର୍ନାଟକର ପାଡୁରଠାରେ ଭୂତଳ ଅଶୋଧିତ ତୈଳ ଭଣ୍ଡାର (ପେଟ୍ରୋଲିୟମ ଡିପୋ) ସ୍ଥାପନ ଲାଗି କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଉକ୍ତ ନିଷ୍ପତ୍ତି ନିଆଯାଇଛି।

ଏହାଛଡ଼ା ଏହି ଦୁଇଟି ଏସପିଆର ପାଇଁ ସମର୍ପିତ ଏସପିଏମ (ସିଙ୍ଗଲ ପଏଂଟ ମୁରିଂ) ନିର୍ମାଣ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଚଣ୍ଡିଖୋଲ ଏବଂ ପାଦୁରଠାରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଭଣ୍ଡାର ଭୂତଳ ସୁଡ଼ଙ୍ଗ ମଧ୍ୟରେ ରହିବ ଏବଂ ଏଗୁଡ଼ିକର କ୍ଷମତା ଯଥାକ୍ରମେ ୪ ଏମଏମଟି ଏବଂ ୨.୫ ଏମଏମଟି ହେବ।

ସୂଚନା ଅନୁଯାୟୀ ଏବେ ଭାରତରେ ଜରୁରୀକାଳୀନ ତୈଳ ଭଣ୍ଡାର ଧାରଣ କ୍ଷମତା ୫ ନିୟୁତ ମେଟ୍ରିକ୍ ଟନ୍ ରହିଛି । ଫଳରେ ବର୍ତ୍ତମାନ ନିର୍ମାଣ ହେବାକୁ ଯାଉଥିବା ଦୁଇଟି ଜରୁରୀକାଳୀନ ତୈଳ ଭଣ୍ଡାରର ଧାରଣ କ୍ଷମତା ମିଶି ଭାରତରେ ମୋଟ ଜରୁରୀକାଳୀନ ତୈଳ ଭଣ୍ଡାର କ୍ଷମତା ୧୧.୫ ନିୟୁତ ମେଟ୍ରିକ୍ ଟନ୍ ହୋଇଯିବ।

ପଢନ୍ତୁ;ବେକରେ ହେଉଥିବା କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ