February 17, 2019

ମେ’ ୧୨ରେ ଓଜେଇଇ, ମାର୍ଚ୍ଚ ୨୫ରେ ଶେଷ ହେବ ଆବେଦନ

OJEE

ଏପ୍ରିଲ ୨୦ରୁ ମିଳିବ ଆଡମିଟ କାର୍ଡ

ମେ’ ୧୨ ତାରିଖରେ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ-୨୦୧୯)। ଚଳିତ ବର୍ଷ ସମସ୍ତ ମାଷ୍ଟର ଡିଗ୍ରୀ ପାଇଁ କମ୍ପୁଟର ବେସଡ ଟେଷ୍ଟ ବା ସିବିଟି ସିବିଟି ଅନୁଷ୍ଟିତ ହେବ। ଯାହା ମେ’୧୨ ରୁ ୨୦ ମଧ୍ୟରେ କରାଯିବ।

‘www.ojee.nic.in/www.odishajee.com’ ‌‌ସାଇଡରୁ ଫର୍ମ ପୂରଣ କରିପାରିବେ। ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ଆବେଦନକାରୀ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ। ଏପ୍ରିଲ ୨୦ ତାରିଖଠାରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ।

ଏହି ବର୍ଷ ମଧ୍ୟ ଏମ୍‌ବିଏ, ଏମ୍‌ସିଏ, ଏମ୍‌ ଟେକ୍‌, ଏମ୍‌ ପ୍ଲାନ୍‌, ଏମ୍‌ ଆର୍କ, ଏମ୍‌ ଫାର୍ମା ଭଳି ସମସ୍ତ ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା ହେବ। ସେହିଭଳି ଇଣ୍ଟିଗ୍ରେଟେଡ୍‌ ଏବଂ ଲାଟେରାଲ ଏଣ୍ଟ୍ରି ପାଠ୍ୟକ୍ରମ ପାଇଁ ‘ପେନ୍‌ ଆଣ୍ଡ୍‌ ପେପର’ ମୋଡ୍‌ରେ ପରୀକ୍ଷା ଅନୁଷ୍ଠିତ ହେବ।

ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ , ବିଭିନ୍ନ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହିବ ଏବଂ ରାଜ୍ୟ ବାହାରର ଛାତ୍ରୀଛାତ୍ରମାନେ କେବଳ ଘରୋଇ କଲେଜ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇପାରିବେ।

ପଢନ୍ତୁ; ଆସାମ ବୋମା ବିସ୍ଫୋରଣ ଘଟଣା: ୧୦ ଜଣଙ୍କୁ ଆଜୀବନ ଜେଲ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More